କୋଭିଡ ନିୟମ ମାନିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ
କୋଭିଡ ଗାଇଡଲାଇନ ମାନିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ । ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହରେ ବିବୃତି ରଖିଛନ୍ତି। ମହାରାଷ୍ଟ୍ର ସମେତ ଅନ୍ୟ କିଛି ରାଜ୍ୟରେ କୋଭିଡର ପ୍ରଭାବ ଦେଖିବାକୁ ମିଳିଲାଣି । ତେଣୁ କୋଭିଡ୍ ଗାଇଡଲାଇନ୍ ମାନିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି । ମହାରାଷ୍ଟ୍ର ସମେତ ଅନ୍ୟ କିଛି ରାଜ୍ୟରେ କୋଭିଡର ପ୍ରଭାବ ଦେଖିବାକୁ ମିଳିଲାଣି । ତେଣୁ କୋଭିଡ୍ ଗାଇଡଲାଇନ୍ ମାନିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି । ମାସ୍କ ପିନ୍ଧିବା ସାମାଜିକ ଦୂରତା ମାନିବାକୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଓଡ଼ିଶା କୋଭିଡକୁ ପ୍ରଥମ ରାଜ୍ୟ ଭାବେ ବିପର୍ୟ୍ୟୟ ଘୋଷଣା କରିଥିଲା। ରାଜ୍ୟରେ ଲକଡାଉନ ଘୋଷଣା କରିଥିଲା। କୋଭିଡ ସମୟରେ ସରପଞ୍ଚ, ଆଶାକର୍ମୀ ଓ ଅନ୍ୟମାନେ ଭଲ କାମ କରିଛନ୍ତି। କୋଭିଡ ମୁକାବିଲା ପାଇଁ ଓଡିଶା ପ୍ରଶଂସିତ ହୋଇଛି।
କୋଭିଡ୍ ସତ୍ତ୍ୱେ ମଧ୍ୟ ଗତବର୍ଷ ତୁଳନାରେ ରାଜସ୍ୱ ସଂଗ୍ରହ ୭.୩ ପ୍ରତିଶତ ବଢ଼ିଛି । ପୁରୀ ଏକାମ୍ର କ୍ଷେତ୍ର, ସମଲେଶ୍ୱରୀ, ହରିଶଙ୍କର, ନୃସିଂହ ନାଥ, କୋଣାର୍କ ଓ ତାରାତାରିଣୀର ବିକାଶ ପାଇଁ କାମ ହୋଇଛି । ପୁରୀରେ ଆନ୍ତର୍ଜାତିକ ବିମାନବନ୍ଦର କରିବା ପାଇଁ ପ୍ରସ୍ତାବ ରହିଛି। ଏତିହ୍ୟ ସୁରକ୍ଷା ଓ ବିକାଶ ପାଇଁ ସମସ୍ତେ ମିଳିମିଶି କାମ କରିବାର ଆବଶ୍ୟକତା ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।ମୁଖ୍ୟମନ୍ତ୍ରୀଙ୍କ ବିବୃତି ବେଳେ ଅସନ୍ତୋଷ ପ୍ରକାଶ କରି ବିରୋଧୀ କଂଗ୍ରେସ ଓ ବିଜେପିର ନେତାମାନେ କକ୍ଷତ୍ୟାଗ କରିଥିଲେ। ବାଚସ୍ପତି ଗୃହକୁ ଆସନ୍ତା ସୋମବାର ୧୦ଟା ୩୦ ଯାଏ ମୁଲତବୀ ରଖିଛନ୍ତି।