THE BYAPINI

କେଉଁଠି ଲକଡାଉନ, କେଉଁଠି ନାଇଟ କର୍ଫ୍ୟୁ?

Get real time updates directly on you device, subscribe now.

ଦେଶରେ କରୋନା ସଂକ୍ରମଣ ଯେପରି ବଢିଚାଲିଛି ତାହା ଚିନ୍ତାର ବିଷୟ ପାଲଟିଛି । ୨୪ ଘଂଟାରେ ୨୮ ହଜାର ଟପିଲାଣି ଆକ୍ରାନ୍ତଙ୍କ ସଂଖ୍ୟା । ସଂକ୍ରମଣ ବଢୁଥିବାରୁ ସତର୍କତା ମୂଳକ ପଦକ୍ଷେପ ନିଅଯାଉଛି । ମହାରାଷ୍ଟ୍ରରେ ଯେପରି ସଂକ୍ରମଣ ବୃଦ୍ଧି ପାଉଛି କରୋନାର ଦ୍ୱିତୀୟ ଲହରି ଆରମ୍ଭ ହୋଇଥିବା ଆଶଙ୍କା କରାଯାଉଛି । ମହାରାଷ୍ଟ୍ର ସମେତ ଅନେକ ରାଜ୍ୟରେ ପୁଣି ଫେରିଛି କରୋନା । ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ସଂକ୍ରମଣ ବଢୁଥିବା କରୋନା କଟକଣାକୁ ମଧ୍ୟ କଡ଼ାକଡ଼ି କରାଯାଇଛି । ବିଶେଷ କରି ୬ଟି ରାଜ୍ୟରେ ସଂକ୍ରମଣ ବୃଦ୍ଧି ଚିନ୍ତା ବଢାଇଛି ।

ମଧ୍ୟପ୍ରଦେଶରେ ଆଜିଠାରୁ ଭୋପାଳ ଓ ଇନ୍ଦୋରରେ ନାଇଟ କର୍ଫ୍ୟୁ ଜାରି କରାଯାଇଛି । ସମସ୍ତ ଯାତାୟାତ ଉପରେ କଟକଣା ଲାଗୁ ହୋଇଛି । ଜବଲପୁର, ଗ୍ୱାଲିୟର, ବୁରହାନପୁର, ବେତୁଲର, ଉଜ୍ଜୈନରେ ରାତି ୧୦ଟା ପରେ ଦୋକାନ ବନ୍ଦ ରହିବ । ସେହିପରି ହୋଲିରେ ଜନସମାବେଶ ଉପରେ କଟକଣା ଲାଗୁ କରାଯାଇଛି । ତେବେ ବ୍ୟକ୍ତିଗତ ଭାବେ ପାଳନ କରିପାରିବେ ହୋଲି ଉତ୍ସବ ।

ମହରାଷ୍ଟ୍ରରେ ସ୍ଥିତି ଉଦବେଗଜନକ ରହିଛି । ନାଗପୁରରେ ମାର୍ଚ୍ଚ ୧୫ରୁ ୩୧ ସଂପୂର୍ଣ୍ଣ ଲକଡାଉନ୍ କରାଯାଇଥିବା ବେଳେ ନାସିକରେ ରାତି ୭ରୁ ସକାଳ ୭ ଯାଏଁ ଦୋକାନ ବନ୍ଦ ଓ ନାନ୍ଦେଡରେ ରାତି ୭ରୁ ସକାଳ ୭ ଦୋକାନ ବଜାର ବନ୍ଦ ରଖିବାକୁ ନିର୍ଦ୍ଦେଶ ରହିଛି । ପୁନେରେ ମାର୍ଚ୍ଚ ୩୧ ଯାଏଁ ସ୍କୁଲ, କଲେଜ ବନ୍ଦ କରାଯାଇଛି । ଓସମାନାବାଦରେ ରାତି ୯ରୁ ସକାଳ ୫ ଯାଏଁ କର୍ଫ୍ୟୁ ଜାରି ହୋଇଥିବା ବେଳେ ଔରଙ୍ଗାବାଦରେ ସପ୍ତାହର ଶେଷଦିନ ଲକଡାଉନ୍ ଓ ପାରଭାନୀରେ ୨ ଦିନିଆ ନାଇଟ କର୍ଫ୍ୟୁ ଜାରି କରାଯାଇଛି ।

ଗୁଜୁରାଟରେ ସଂକ୍ରମଣକୁ ଦେଖି ୪ଟି ହଟସ୍ପଟ ଅଂଚଳରେ ନାଇଟ କର୍ଫ୍ୟୁ ବଢାଯାଇଛି । ରାତି ୧୨ ପରିବର୍ତେ ରାତି ୧୦ରୁ ସକାଳ ୬ ଯାଏଁ ନାଇଟ କର୍ଫ୍ୟୁ ଜାରି କରାଯାଇଛି । ଅହମ୍ମଦାବାଦ, ସୁରଟ୍, ଭଦୋଦରା ଓ ରାଜକୋଟରେ କର୍ଫ୍ୟୁ ଜାରି କରାଯାଇଛି । ମାର୍ଚ୍ଚ ୧୭ରୁ ୩୧ ଯାଏଁ କଡାକଡି ହୋଇଛି ନାଇଟ୍ କର୍ଫ୍ୟୁ ।

Get real time updates directly on you device, subscribe now.

Leave A Reply

Your email address will not be published.