THE BYAPINI

ଆସନ୍ତା ମାସରୁ ଚାଲିବ ସବୁ ଟ୍ରେନ!

Get real time updates directly on you device, subscribe now.

ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର । ଆସନ୍ତା ମାସରୁ ଅର୍ଥାତ ଏପ୍ରିଲରୁ ଚାଲିପାରେ ସବୁ ଟ୍ରେନ । ଓଡିଶାରେ ସ୍ୱାଭାବିକ ହୋଇପାରେ ଟ୍ରେନ ଚଳାଚଳ । କୋଭିଡ ପରିସ୍ଥିତିରେ ସୁଧାର ଆସିଲେ ରାଜ୍ୟ ସରକାର ଓ ରେଲୱେ ବୋର୍ଡ ଏନେଇ ନିଷ୍ପତି ନେବେ ବୋଲି ଇଷ୍ଟକୋଷ୍ଟ ରେଲୱେର ମୁଖ୍ୟ ଲୋକ ସଂପର୍କ ଅଧିକାରୀ କୌଶଳେନ୍ଦ୍ର କିଶୋର ଖାଡ଼ଙ୍ଗା ଏନେଇ ସୂଚନା ଦେଇଛନ୍ତି ।

ତେବେ ଓଡ଼ିଶାରେ କୋଭିଡ ପୂର୍ବରୁ ୮୨ ଯୋଡା ଏକ୍ସପ୍ରେସ ଟ୍ରେନ ଚାଲୁଥିବା ବେଳେ ଏବେ ୫୯ ଯୋଡା ସ୍ୱତନ୍ତ୍ର ଟ୍ରେନ ଚାଲୁଛି । କିନ୍ତୁ ପାସେଜଂର ଟ୍ରେନ ସବୁ ବନ୍ଦ ରହିଛି । କରୋନା ପୂର୍ବରୁ ୨୯ଟି ପାସେଜଂର ଟ୍ରେନ ଚାଲୁଥିଲା । କରୋନା ପାଇଁ ଗତ ବର୍ଷ ମାର୍ଚ୍ଚ ୨୦ ତାରିଖରୁ ଟ୍ରେନ ଚଳାଚଳକୁ ରେଲୱେ ବନ୍ଦ କରିଥିଲା । ଏହାସହ ଭିଡ଼କୁ କମାଇବା ଲାଗି ଅନେକ ପଦକ୍ଷେପ ନିଆଯାଉଛି। ଯେମିତି ଷ୍ଟେସନରେ ଲୋକମାନେ ଏକାଠି ନହେବେ ସେଥିଲାଗି ମଧ୍ୟ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଉଛି ରେଳ ମନ୍ତ୍ରଣାଳୟ।

ପ୍ଲାଟଫର୍ମ ଟିକେଟ୍ ମହଙ୍ଗା ହୋଇଛି । ବର୍ତ୍ତମାନ ସମୟରେ ଯେଉଁ ଟିକେଟ୍ ଆପଣମାନଙ୍କୁ ୧୦ ଟଙ୍କାରେ ମିଳୁଥିଲା ତାହାକୁ ପାଇବାକୁ ହେଲେ ଆଗାମୀ ଦିନରେ ଆପଣଙ୍କୁ ଦେବାକୁ ପଡିବ ୫ ଗୁଣା ଅଧିକ ଅର୍ଥ।

Get real time updates directly on you device, subscribe now.

Leave A Reply

Your email address will not be published.