ଶ୍ରୀକ୍ଷେତ୍ରରେ ହେବ ବିମାନବନ୍ଦର,ଆରମ୍ଭ ହେଲା ପ୍ରକ୍ରିୟା
ରାଜ୍ୟ ସରକାରଙ୍କ ପୁରୀକୁ ବିଶ୍ୱ ଐତିହ୍ୟ ସହରରେ ପରିଣତ କରିବା ଲାଗି ଯେଉଁ ସଂକଳ୍ପ ରଖିଛି, ତାହା ଆଉ ପାଦେ ଆଗେଇଛି । ପୁରୀରେ ଅନ୍ତର୍ଜାତିକ ବିମାନ ବନ୍ଦର ପାଇଁ ଖୋଲିଲା ରାସ୍ତା । ଶ୍ରୀକ୍ଷେତ୍ର ପୁରୀରେ ପ୍ରତିଷ୍ଠା ହେବ ବିମାନବନ୍ଦର। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ବିଭାଗର ତିନି ଜଣ ବୈଷୟିକ ଅଧିକାରୀ ଆଜି ପୁରୀ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସମେତ ରାଜ୍ୟ ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗର ଅଧିକାରୀମାନେ ଏଥିରେ ସାମିଲ ଅଛନ୍ତି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରସ୍ତାବକୁ କେନ୍ଦ୍ର ସରକାର ଶେଷରେ ଗ୍ରହଣ କରିଛନ୍ତି । ପୁରୀରେ ବିମାନବନ୍ଦର ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି।ଭୁବନେଶ୍ୱର ଏୟାରପୋର୍ଟ ଅଥୋରିଟି ସହ କେନ୍ଦ୍ରୀୟ ଏୟାରପୋର୍ଟ ଅଥୋରିଟିର ସ୍ୱତନ୍ତ୍ର ଟିମ୍ ପୁରୀରେ ପ୍ରସ୍ତାବିତ ବିମାନ ବନ୍ଦର ଅଞ୍ଚଳ ବୁଲି ଦେଖିଛନ୍ତି। ପୁରୀ-ବ୍ରହ୍ମଗିରି ରାସ୍ତାର ଗିରଳ ଓ ପୁରୀ କୋଣାର୍କ ମରାଇନ୍ ଡ୍ରାଇଭ ରାସ୍ତାରେ ଦୁଇଟି ସ୍ଥାନ ବୁଲି ଦେଖିଛନ୍ତି। ପ୍ରତିଦିନ ହଜାର ହଜାର ଭକ୍ତ ଦେଶ ଓ ବିଦେଶରୁ ଶ୍ରୀକ୍ଷେତ୍ର ଆସୁଛନ୍ତି। ସେଥିପାଇଁ ଏହି କ୍ଷେତ୍ରର ବିକାଶ ପ୍ରକ୍ରିୟା ଆରମ୍ଭ କରିଛନ୍ତି ରାଜ୍ୟ ସରକାର।
ପୁରୀରେ ଅନ୍ତର୍ଜାତୀୟ ବିମାନ ବନ୍ଦର କରିବା ନେଇ ଗତ ଜାନୁଆରୀ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟରେ ଦାବି ରଖିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏପରିକି ବିମାନବନ୍ଦର ଶ୍ରୀଜଗନ୍ନାଥ ଆନ୍ତର୍ଜାତିକ ବିମାନବନ୍ଦର ନାଁରେ ନାମିତ ପାଇଁ ବି ପ୍ରସ୍ତାବ ରଖିଥିଲେ । ପୁରୀକୁ ସାରା ବିଶ୍ୱର କୋଣ ଅନୁକୋଣରୁୁ ଶ୍ରଦ୍ଧାଳୁମାନେ ଆସିଥାନ୍ତି । ରଥଯାତ୍ରା ସମୟରେ ବିଦେଶରୁ ଭକ୍ତଙ୍କ ସୁଅ ଛୁଟିଥାଏ । ତେଣୁ ପୁରୀ ବିମାନବନ୍ଦର ହେଲେ ବିଦେଶରୁ ଆସୁଥିବା ଯାତ୍ରୀମାନେ ସହଜରେ ପୁରୀରେ ପହଚିଂପାରିବେ ।ଏବଂ ଜଗନ୍ନାଥ ସଂସ୍କୃତିର ପ୍ରଚାର ଓ ପ୍ରସାର ସାରା ବିଶ୍ୱରେ ହେବ । ସେହିପରି ପୁରୀରୁ ୩୫ କିଲୋମିଟର ଦୂରରେ ବିଶ୍ୱ ଐତିହ୍ୟସ୍ଥଳ ପ୍ରସିଦ୍ଧ ସୂର୍ଯ୍ୟମନ୍ଦିର କୋଣାର୍କ ରହିଛି । ପୁରୀ କୋଣାର୍କ ରାସ୍ତାରେ ରାମଚଣ୍ଡୀ,ଚନ୍ଦ୍ରଭାଗା ବେଳାଭୂମି ରହିଛି । ନିକଟରେ ପର୍ଯ୍ୟଟକମାନଙ୍କ ପାଇଁ ପୁରୀ ବେଳାଭୂମିରେ ଏକ ଅନନ୍ୟ ଅନୁଭୂତି ଦେବା ପାଇଁ ବ୍ଲୁ ଫ୍ଲାଗ ବିଚ ଭାବେ ବିକଶିତ କରାଯାଇଛି ।ତେଣୁ ପୁରୀରେ ବିମାନବନ୍ଦରରେ ଯାତ୍ରୀମାନେ ସୁବିଧାରୁ ବାହାରୁ ଆସିପାରିବେ । ତେଣୁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ କିଛି ପଦକ୍ଷେପ ନେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ମଧ୍ୟ ଲେଖିଥିଲେ ।