THE BYAPINI

ଆଜି ସବୁ ଏସପି ଅଫିସ ଘେରିବ ଛାତ୍ର କଂଗ୍ରେସ

Get real time updates directly on you device, subscribe now.

ଭୁବନେଶ୍ୱର: କଂଗ୍ରେସ ଭବନରେ ପୋଲିସ ପଶି ପିଟିବା ଘଟଣାରେ ଆଜି ସବୁ ଜିଲ୍ଲା ଏସପି ଅଫିସ ସମ୍ମୁଖରେ ବିକ୍ଷୋଭ କରିବ ଛାତ୍ର କଂଗ୍ରେସ । ଛାତ୍ର କଂଗ୍ରେସ ପକ୍ଷରୁ ସବୁ ଏସପି ଅଫିସର ସମ୍ମୁଖରେ ଗଣ ଧାରଣା ଦିଆଯିବ । ଆକ୍ରମଣରେ ଦୋଷୀମାନଙ୍କ ଉପରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ କଂଗ୍ରେସ ଦାବି କରିଛି । ଭୁବନେଶ୍ୱରରେ ଜିଲ୍ଲା କଂଗ୍ରେସ ପକ୍ଷରୁ ସକାଳ ୯ଟାରୁ ଗୋଟାଏ ଯାଏ ଭୁବନେଶ୍ୱର ଡିସିପି ଅଫିସ ସମ୍ମୁଖରେ ଧାରଣା ଦିଆଯିବା ନେଇ ଛାତ୍ର କଂଗ୍ରେସ ପକ୍ଷରୁ ସୂଚନା ଦିଆଯାଇଛି ।
ଏହି ଧାରଣାରେ ସାମିଲ ହେବେ ଯୁବ, ଛାତ୍ର ଓ ମହିଳା କଂଗ୍ରେସର ନେତା ଓ କର୍ମୀ । ଘଟଣାରେ କୌଣସି କାଯ୍ୟାନୁଷ୍ଠାନ ନହେଲେ ଆନ୍ଦୋଳନ ଜୋରଦାର ହେବ ବୋଲି କଂଗ୍ରେସ କହିଛି ।ପ୍ରତିବାଦରେ ପିସିପି ସଭାପତି ନିରଞ୍ଜନ ପଟ୍ଟନାୟକ ଯୋଗଦେବାର କାର୍ୟ୍ୟକ୍ରମରହିଛି । ଗତ ୧୦ ତାରିଖରେ ଛାତ୍ର କଂଗ୍ରେସ ପକ୍ଷରୁ ଶିକ୍ଷୟତ୍ରୀ ମମିତା ମେହେରଙ୍କୁ ନ୍ୟାୟ ଦାବିରେ ବିଧାନସଭା ଘେରାଓ କରାଯାଇଥିଲା । ବିକ୍ଷୋଭ ବେଳେ କଂଗ୍ରେସ କର୍ମୀମାନେ ପୋଲିସ ଉପରକୁ ଅଣ୍ଡା, ଟମାଟୋ, ପଥର ଫୋପାଡିବା ନେଇ ଅଭିଯୋଗ ହୋଇଥିଲା । ପରେ ପୋଲିସ କଂଗ୍ରେସ କର୍ମୀଙ୍କୁ ଗୋଡାଇ ଗୋଡାଇ ପିଟୁଥିବା ଦେଖିବାକୁ ମିଳିଥିଲା । ଏପରିକି କଂଗ୍ରେସ ଭବନ ଭିତରେ ପୋଲିସ ପଶି କଂଗ୍ରେସ କର୍ମୀଙ୍କୁ ପିଟିଥିଲା ।

Get real time updates directly on you device, subscribe now.

Leave A Reply

Your email address will not be published.