THE BYAPINI

ଓଡିଶାକୁ ଘାରିଲା ତୃତୀୟ ଲହର ଚିନ୍ତା

Get real time updates directly on you device, subscribe now.

ରାଜ୍ୟରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର ନଯାଉଣୁ ସରକାରଙ୍କୁ ଘାରିଛି ତୃତୀୟ ଲହର ଚିନ୍ତା । ସଂକଟ ପୂର୍ବରୁ ସଜାଗ ରହିବାକୁ ପରାମର୍ଶ ଦିଆଯାଇଛି । ତୃତୀୟ ଲହରର ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ଦ୍ୱିତୀୟ ଲହରରେ ସ୍ଥିତି ଅସମ୍ଭାଳ ହୋଇପଡିଥିବା ବେଳେ ତୃତୀୟ ଲହରରେ ଯେପରି ଏପରି ସ୍ଥିତି ନଉପୁଜେ ସେ ନେଇ ଆଗରୁ ସଜାଗ ରହିବା ପାଇଁ ସତର୍କ କରାଇଛନ୍ତି ସରକାର ।

ତୃତୀୟ ଲହର ଆସିବା ପୂର୍ବରୁ ସଜାଗ ହୋଇଛନ୍ତି ସରକାର । ଆଉ ଏଥିପାଇଁ ଏକ ଉଚ୍ଚ କ୍ଷମତାସମ୍ପନ୍ନ ପରାମର୍ଶଦାତା କମିଟି ଗଠନ କରିଛନ୍ତି ସରକାର । ଡାକ୍ତର ଡକ୍ଟର ଶ୍ରୀନାଥ ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ କରାଯାଇଛି । ଦେଶର ବିଶେଷଜ୍ଞ ଡାକ୍ତର ଓ ବୈଜ୍ଞାନିକ ଏହି କମିଟିରେ ରହିଛନ୍ତି । ଯେଉଁମାନେ ଟିକାକରଣ ଓ କରୋନାର ଅନ୍ୟ ଯେଉଁ ଲହରୀ ଆସିବ ତାହାର ମୁକାବିଲା ପାଇଁ ଏହି କମିଟି ପରାମର୍ଶ ଦେବ । କମିଟିର ପରାମର୍ଶ ଅନୁଯାୟୀ, ସରକାର ମହାମାରୀ ମୁକାବିଲା ପାଇଁ ପଦକ୍ଷେପ ନେବେ ।

ଆଗକୁ କରୋନାର ଯେଉଁ ଲହରୀ ଆସିବ ତାହା ଶିଶୁ ମାନଙ୍କୁ ସଂକ୍ରମିତ କରିବାର ଯଥେଷ୍ଟ ଆଶଙ୍କା ରହିଛି । ତେଣୁ ଶିଶୁ ମାନଙ୍କ ଚିକିତ୍ସା ପାଇଁ କଣ ଭିତ୍ତିଭୂମି ଆବଶ୍ୟକ ସେ ବାବଦରେ ଆଲୋଚନା କରି ସୂଚନା ଦେବେ ପରାମର୍ଶଦାତା କମିଟି । ଏହି କମିଟିରେ ଡାକ୍ତର ଦେବୀ ସେଟ୍ଟୀ, ଡାକ୍ତର ରମାକାନ୍ତ ପଣ୍ଡାଙ୍କ ସମେତ ବିଶେଷଜ୍ଞ ଡାକ୍ତର ଏହି କମିଟିରେ ରହିଛନ୍ତି । ଡିଏମଇଟି ଏହାର ଆବାହକ ରହିଛନ୍ତି । ବିଶ୍ୱର ବିଭିନ୍ନ ଦେଶରେ କିଭଳି କରୋନାର ମୁକାବିଲା କରାଯାଇଛି ସେହି ଅନୁଯାୟୀ ଭବିଷ୍ୟତ ପାଇଁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ।

Get real time updates directly on you device, subscribe now.

Leave A Reply

Your email address will not be published.