THE BYAPINI

ଜିରୋ ନାଇଟ୍‌ ପାଳନ ମନା

Get real time updates directly on you device, subscribe now.

ବିଦାୟ ନେବେ ୨୦୨୦ । ଏହା ପୂର୍ବରୁ ରାଜ୍ୟସରକାର ଜାନୁଆରୀମାସ ପାଇଁ ଗାଇଡଲାଇନ ଜାରି କରିଛନ୍ତି । ସ୍ବତନ୍ତ୍ର ରିଲିଫ୍ କମିସନରଙ୍କ କାର୍ୟ୍ୟାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ସାରା ରାଜ୍ୟରେ ଜିରୋ ନାଇଟ ସେଲିବ୍ରେସନ ଉପରେ କଟକଣା ଲାଗୁ କରାଯାଇଛି । ଡିସେମ୍ବର ୩୧ ଓ ଜାନୁଆରି ୧ ତାରିଖରେ ସର୍ବସାଧାରଣ ସ୍ଥଳରେ ଲୋକଙ୍କର ଭିଡ଼ ଉପରେ ରାଜ୍ୟ ସରକାର କଟକଣା ଲଗାଇଛନ୍ତି।

ରାଜ୍ୟରେ କରୋନାର ନୂଆ ଷ୍ଟ୍ରେନର ସଂକ୍ରମଣକୁ ରୋକିବା ଲାଗି ଜିରୋ ନାଇଟ ସେଲିବ୍ରେସନ ଉପରେ ରୋକ ଲଗାଇଛନ୍ତି ସରକାର । ଜିରୋ ନାଇଓ ସେଲିବ୍ରେସନ ଓ ନୂଆ ବର୍ଷରେ ଅଧିକ ଭିଡ ହେବାର ସମ୍ଭାବନା ଥିବାରୁ ସରକାର ପକ୍ଷରୁ କଟକଣା ଲଗାଯାଇଛି । ହୋଟେଲ, ରେଷ୍ଟୁରାଣ୍ଟ, କ୍ଲବ, ପାର୍କରେ ମଧ୍ୟ ଜନସମାଗମକୁ ମନା କରାଯାଇଛି। କନ୍‌ଭେନ୍‌ସନ ହଲ ଓ କଲ୍ୟାଣ ମଣ୍ଡପରେ ମଧ୍ୟ ଲୋକଙ୍କର ଗହଳି ହୋଇପାରିବ ନାହିଁ ବୋଲି ଏହି ନିର୍ଦ୍ଦେଶନାମାରେ କୁହାଯାଇଛି। କଟକଣା ଉଲ୍ଲଘଂନ କଲେ ମହାମାରୀ ଆଇନ ଅନୁସାରେ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ଗାଇଡଲାଇନରେ କୁହାଯାଇଛି ।

ମୁଖ୍ୟତଃ ହୋଟେଲ, ପାର୍କ, ମଣ୍ଡପ, ବାର୍ ଉପରେ ଫୋକସ ରହିବ । ଯେମିତି କେଉଁଠି ବି ଅଧିକ ଭିଡ ନଜମେ ସେଥିପ୍ରତି କଡା ନଜର ରଖାଯିବ । ପୂର୍ବରୁ ଟୁଇନସିଟିରେ ଜିରୋନାଇଟ ସେଲିବ୍ରେସନ ଓ ନୂଆ ବର୍ଷ ପାଳନ ଉପରେ କଟକଣା ଲଗାଯାଇଥିଲା । ବିଭିନ୍ନ ଜାଗାରେ ଚେକିଂ କରାଯିବା ସହ ପୁଲିସ ପହରା ମାରିବ ବୋଲି କମିସନରେଟ ପୁଲିସ ପକ୍ଷରୁ କୁହାଯାଇଥିଲା । ତେବେ ଆଜି ରାଜ୍ୟ ସରକାର ସାରା ରାଜ୍ୟରେ ଜିରୋ ନାଇଟ ସେଲିବ୍ରେସନ ନକରିବାକୁ ଗାଇଡଲାଇନ ଜାରି କରିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.