THE BYAPINI

୫-ଟି ନୁହେଁ ଏବେ ଫୋକସରେ ୩-ଟି?

Get real time updates directly on you device, subscribe now.

କରୋନା କାଳେ ଫୋକସରୁ ହଟିଛି ରାଜ୍ୟ ସରକାରଙ୍କ ବହୁ ଚର୍ଚ୍ଚିତ ୫-ଟି ପ୍ରକଳ୍ପ । ପୁରା ରାଜ୍ୟ ପ୍ରଶାସନ ଶୀର୍ଗରୁ ଗ୍ରାମାଂଚଳ ଯାଏଁ ୩-ଟି ଉରେ ଦେଉଛନ୍ତି ଯଥେଷ୍ଟ ଗୁରୁତ୍ୱ । ୫-ଟି ଜରିଆରେ ଦୁର୍ନୀତି ମୁକ୍ତ ଓ ସ୍ୱଛ ଶାସନ ପାଇଁ ରାଜ୍ୟ ସରକାର ଯେଉଁ ଷ୍ଟାଟ୍ରେଜି କରିଥିଲେ ସେଥିରେ ବିରାମ ଲାଗିଥିବା ଚର୍ଚ୍ଚା ହେଉଛି । ରାଜ୍ୟର ସବୁ ବିଭାଗରେ ଯେପରି ଦୁର୍ନୀତି ନପଶିବ ସବୁଥିରେ ସ୍ୱଛତା ରହିବ ସେ ନେଇ ମାଷ୍ଟର ପ୍ଲାନ ଥିଲା ୫-ଟି, ହେଲେ କରୋନା ସବୁକିଛୀ ବିଗାଡି ଦେଇଛି । ପୁଂଜା ପୁଂଜା ଦୁର୍ନୀତି ଅଭିଯୋଗ ସବୁ ବିଭାଗରୁ ଆସୁଛି । ତଳ ସ୍ତରରେ ଦୁର୍ନୀତି ଆକଶଛୁଆଁ ହେଲାଣି । କୋଭିଡ ସମୟରେ ଚରମସୀମାରେ ଦୁର୍ନୀତି ପହଁଚିଥିବା ବେଳେ ରାଜ୍ୟ ସରକାରଙ୍କ କୋହଳ ମନୋଭାବ ଏହାକୁ ଖୋରାକ ଯୋଗାଉଛି । ରାଜ୍ୟ ସରକାର ଏବେ ୩-ଟି ଉପରେ ଗୁରୁତ୍ୱ ଦେଉଥିବାରୁ ଅଧିକାରୀ ମାନେ ମନମୁଖୀ କାର୍ୟ୍ୟ କରିବାକୁ ପଛାଉ ନାହାନ୍ତି । କୋଭିଡ ସହାୟତା ପାଇଁ ଆସୁଥିବା ଅର୍ଥ ହରଣଚାଲ ହେଉଥିବାର ଅଭିଯୋଗ ମାନ ଆସିବାରେ ଲାଗୁଛି ।

କରୋନାକୁ ମାତ ଦେବାକୁ ଏବେ ନବୀନ ସରକାର ୩-ଟି (ଟେଷ୍ଟ, ଟ୍ରେସ, ଟ୍ରିଟମେଂଟ )କୁ ଜୋରଦାର କରୁଛନ୍ତି । ମହାମାରୀ କରୋନାର ଦ୍ୱିତୀୟ ପ୍ରବାହ ସହ ରାଜ୍ୟ ସରକାର ଲଢେଇ ଜାରି ରଖିଛନ୍ତି । ରାଜ୍ୟରେ ଏବେ ସଂକ୍ରମଣ ବଢିଚାଲଥିବା ବେଳେ ଏହାକୁ ନିୟନ୍ତ୍ରଣ କରିବାକୁ ସରକାର କୋଭିଡ ଟେଷ୍ଟିଂ ଉପରେ ଗୁରୁତ୍ୱ ଦେଉଛନ୍ତି । ଏଥିପାଇଁ ରାଜ୍ୟ ସରକାର ୧୬ଟି ଜିଲ୍ଲାରେ ଆରଟିପିସିଆର ଟେଷ୍ଟିଂ ପରୀକ୍ଷାଗାର ପାଇଁ ୨୦ କୋଟି ଟଙ୍କା ମଂଜୁର କରିଛନ୍ତି । ମହାମାରୀ ମୁକାବିଲା କରିବାକୁ ରାଜ୍ୟ ସରକାର ମାରାଥାନ ପ୍ରସ୍ତୁତି ଚଳାଇଛନ୍ତି । ସଂକ୍ରମଣ ହ୍ରାସ ପାଇଁ ଅନ୍ୟ ରାଜ୍ୟ ତୁଳନାରେ ଓଡିଶା ଆକ୍ସନ ମୋଡ଼ରେ ଲକଡାଉନ,ସଟଡାଉନ କରୁଛି । ପ୍ରାୟ ୬ ଦିନ ପରେ ଦୈନିକ ସଂକ୍ରମଣ ୧୦ ହଜାର ତଳକୁ ଖସିଛି ।

ସବୁ ଜିଲ୍ଲାରେ ଅଧିକରୁ ଅଧିକ ଟେଷ୍ଟିଂ କରାଇ ସଂକ୍ରମିତ ଚିହ୍ନଟ ହେଉଥିବା ବ୍ୟକ୍ତିଙ୍କ ଟ୍ରେସିଂ କରି ତୁରନ୍ତ ଚିକିତ୍ସା ସୁବିଧା ଯୋଗାଇଦେବାକୁ ସରକାର ଗୁରୁତ୍ୱ ଦେଇଛନ୍ତି । ଏଥିପାଇଁ ରାଜ୍ୟର ୧୬ଟି ଜିଲ୍ଲା ଭଦ୍ରକ, ଢେଙ୍କାନାଳ, ଗଜପତି, ବୌଦ୍ଧ, ଖୋର୍ଦ୍ଧା, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡା, ନବରଙ୍ଗପୁର,ମାଲକାନଗିରି, ନୂଆପଡା, ସୋନପୁର,କନ୍ଧମାଳ, ସୁନ୍ଦରଗଡ, ରାୟଗଡା ଓ ବରଗଡ଼ ସଦର ମହକୁମାରେ ଗୋଟିଏ ଗୋଟିଏ ଆରଟିପିସିଆର ଟେଷ୍ଟ ସେଂଟର ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ୨୦ କୋଟି ଟଙ୍କା ମଂଜୁର କରିଛନ୍ତି । ଏହି ଟେଷ୍ଟ ସେଂଟର ଗୁଡିକ ସବୁଦିନ ଲୋକଙ୍କୁ ସେବା ଯୋଗାଇଦେବ । ଏଥିପାଇଁ ପ୍ରତିଜିଲ୍ଲାରେ ଜଣେ ଲେଖାଁଏ ମାଇକ୍ରୋବାଓଲୋଜିଷ୍ଟ ଓ ୩ ଜଣ ଲ୍ୟାବ ଟେକନିସିଆନଙ୍କୁ ନିୟୋଜିତ କରାଯିବ । କରୋନା ସଂକ୍ରମଣକୁ ରୋକିବା ଓ ତୁରନ୍ତ ଚିିକିତ୍ସା ଆରମ୍ଭ କରିବାରେ ଏହା ବିଶେଷ ସହାୟକ ହେବ ।

୩-ଟିକୁ ଗୁରୁତ୍ୱ ଦେବାକୁ ଯାଇ ରାଜ୍ୟ ସରକାର ଯଦି ଅଧିକାରୀଙ୍କ ଉପରେ ୫-ଟି ଛାଟ ନପକାଇବେ ତାହେଲେ ଅଧିକାରୀ ଅମାନିଆ ହୋଇ ଉଠିବେ । ଦୁର୍ନୀତି ବିରୋଧରେ ଶୁନ୍ୟ ସହନଶୀଳର ଯେଉଁ ନୀତି ଆପଣାଇଥିଲେ ରାଜ୍ୟର ମୁଖିଆ ସେଥିପ୍ରତି ପୁଣି ଧ୍ୟାନ ଦିଆଯିବା ଆବଶ୍ୟକ । ନଚେତ କୋଭିଡ ସରିଲା ବେଳକୁ ରାଜ୍ୟର ଦୁର୍ନୀତି ଏଭଳି ସ୍ତରକୁ ଚାଲିଯାଇଥିବା ଯାହାକୁ ନିୟନ୍ତ୍ରଣକୁ ଆଣିବା କଷ୍ଟକର ହୋଇଉଠିବ । ଖାସ କରି ବ୍ଲକ ସ୍ତରରେ ହେଉଥିବା ଦୁର୍ନୀତିକୁ ମାତ୍ ଦିଆଯିବା ନିହାତି ଦରକାର । ଠିକାଦାର ଠାରୁ ଆରମ୍ଭ କରି କଂଟ୍ରାକ୍ଟର ଯାଏଁ ଯେଉଁଭଳି ବିଭିନ୍ନ ସରକାରୀ କାର୍ୟ୍ୟାଳୟକୁ ନିଜ ଅକ୍ତିଆରକୁ ନେଇ ପିସି କାରବାର ଚଳାଇଛନ୍ତି ତାହା ରୋକିବା ନିହାତି ଦରକାର । କୋଭିଡ ସମୟରେ ରାଜ୍ୟ ସରକାର ଭଣ୍ଡାର ଖୋଲି ପ୍ରତି ଅଂଚଳକୁ ଆଖି ବୁଜା ଅର୍ଥ ପ୍ରଦାନ କରୁଛନ୍ତି, ହେଲେ ଏହାର ଯଦି ତଦାରଖ କରାନଯାଏ, ତେବେ ଭୟଙ୍କର ଦୁର୍ନୀତି ଯୁକ୍ତ ଓଡିଶା ଗଢି ଉଠିବ, ଯାହା ମୁଖ୍ୟମନ୍ତ୍ରୀଙ୍କ ଭାବମୂର୍ତ୍ତିକୁ ସାଂଘାତିକ ଭାବେ ପ୍ରଭାବିତ କରିବାର ଆଶଙ୍କା ସୃଷ୍ଟି ହେବ । ଯେଉଁ ସରପ୍ରାଇଜ ଭିଜିଟ ଏବଂ ତଦାରଖ ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟ ପକ୍ଷରୁ କରାଯାଉଥିଲା, ତାହା ପୁଣି କାର୍ୟ୍ୟକାରୀ ହେବା ଦରକାର ବୋଲି ସାଧାରଣରେ ଚର୍ଚ୍ଚା ହେଲାଣି ।

Get real time updates directly on you device, subscribe now.

Leave A Reply

Your email address will not be published.