THE BYAPINI

ହୋଲ୍ଡିଂ ଟାକ୍ସ ବୃଦ୍ଧିରେ ବ୍ରେକ୍

Get real time updates directly on you device, subscribe now.

ହୋଲ୍ଡିଂ ଟାକ୍ସ ବୃଦ୍ଧି ଉପରେ ରୋକ ଲାଗିଛନ୍ତି ହାଇକୋର୍ଟ । ହୋଲ୍ଡିଂ ଟାକ୍ସ ବୃଦ୍ଧି ଉପରେ ରୋକ ଲାଗିଛନ୍ତି ହାଇକୋର୍ଟ । ବିଏମସି ପକ୍ଷରୁ ହୋଲ୍ଡିଂ ଟିକସ ବୃଦ୍ଧି ନିଷ୍ପତ୍ତି ସ୍ଥଗିତ ରଖାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ପରେ ଏଭଳି ନିଷ୍ପତ୍ତି ନିଆଯାଇଛି । ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଏ ନେଇ ସୂଚନା ଦେଇଛନ୍ତି । ହାଇକୋର୍ଟ ରାୟ ନଦେବା ଯାଏ ବର୍ଦ୍ଧିତ ହୋଲ୍ଡିଂ ଟ୍ୟାକ୍ସ ସ୍ଥଗିତ ରଖିବାକୁ ନିଆଗଲା ନିଷ୍ପତ୍ତି। ପୁରୁଣା ଦର ଅନୁସାରେ ଏବେ ଟିକାସ ଆଦାୟ ହେବ ବୋଲି କହିଲେ ମନ୍ତ୍ରୀ।

ବିଏମ୍‌ସି ପକ୍ଷରୁ ହୋଲ୍ଡିଂ ଟାକ୍ସ ବୃଦ୍ଧି ନେଇ ନିଷ୍ପତି ହୋଇଥିବା ବେଳେ ଏହାକୁ ସ୍ଥଗିତ ରଖିଛନ୍ତି ହାଇକୋର୍ଟ । ବିଏମ୍‌ସିର ନିଷ୍ପତିକୁ ଚ୍ୟାଲେଞ୍ଜ କରି କିଛି ଗୋଷ୍ଠି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏ ସମ୍ପର୍କରେ ହାଇକୋର୍ଟରେ ମଧ୍ୟ ଏକ ମାମଲା ଦାୟର ହୋଇଛି। ତେବେ ସମସ୍ତଙ୍କ ଅଭିଯୋଗକୁ ଶୁଣାଣି କରିବା ପରେ ହାଇକୋର୍ଟ ଏହାକୁ ବର୍ଦ୍ଧିତ ହୋଲ୍ଡିଂ ଟାକ୍ସ ଆଦାୟ ନିଷ୍ପତିକୁ ସ୍ଥଗିତ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ହୋଲ୍ଡିଂ ଟିକସ ନ ଦେଲେ ଘର, ଦୋକାନ ସିଲ୍ କରାଯିବ ବୋଲି ସୂଚନା ରହିଥିଲା ।

ବେଆଇନ ଭାବରେ ହୋଲ୍ଡିଂ ଟିକସ ବୃଦ୍ଧିକୁ ନେଇ କଂଗ୍ରେସର ପ୍ରତିବାଦ ପ୍ରସଙ୍ଗରେ ମତ ରଖିଥିଲେ ବିଏମସି ଅତିରିକ୍ତ କମିଶନର । ସେ କହିଥିଲେ ହୋଲ୍ଡିଂ ଟିକସ ବୃଦ୍ଧି ନେଇ ଆମେ ବାରମ୍ବାର ସ୍ପଷ୍ଟୀକରଣ ଦେଇସାରିଛୁ । ୨୦୧୯ରେ ବେଞ୍ଚ ମାର୍କ ଭାଲୁଏସନ ବହୁତ ବଢିଯାଇଛି । ସେଥିପାଇଁ ଲୋକମାନଙ୍କୁ ହୋଲ୍ଡିଂ ଟ୍ୟାକ୍ସ ଅଧିକ ହେଲା ଭଳି ଲାଗୁଛି । ହୋଲ୍ଡିଂ ଟିକସ ଆଧାରରେ କୌଣସି ଘରକୁ ସିଲ୍ କରିବା ପାଇଁ ନୋଟିସ୍ ହୋଇନାହିଁ । ପୂର୍ବରୁ ରାଜଧାନୀ ରାଜରାସ୍ତାରେ ହୋଲଡିଂ ଟିକସ ତାତି ଦେଖିବାକୁ ମିଳିଥିଲା। ବିଏମ୍ସିର ଅଚାନକ ଟ୍ୟାକ୍ସ ବୃଦ୍ଧି ନିଷ୍ପତ୍ତିକୁ ଜୋରଦାର ବିରୋଧ କରାଯାଇଥିଲା। ମାର୍ଚ୍ଚ ୧୨ରେ ସରକାରଙ୍କୁ ଘେରିଥିଲା ବିରୋଧୀ। ଭୁବନେଶ୍ୱର ଜିଲ୍ଲା ବିଜେପି ମାର୍ଚ୍ଚ ୧୨ରେ ଘେରାଉ କରିଥିଲା ବିଏମସି କାର୍ୟ୍ୟାଳୟ।

Get real time updates directly on you device, subscribe now.

Leave A Reply

Your email address will not be published.