THE BYAPINI

ଟିକା ଆଣୁଛି ଆଶ୍ୱସ୍ତି

Get real time updates directly on you device, subscribe now.

ସୋମବାର ଓଡିଶାରେ ଟିକାକରଣ ହୋଇଛି । ଗୋଟିଏ ଦିନ ବ୍ୟବଧାନରେ ସାରା ଓଡ଼ିଶାରେ ମୋଟ ୩୭୫ଟି ଟୀକାକରଣ ସେସନ ଅନୁଷ୍ଠିତ ହୋଇଛି । ସୋମବାର ୩୧୯୦୨ ଜଣଙ୍କ ଟୀକାକରଣ ପାଇଁ ଲକ୍ଷ୍ୟ ରଖାଯାଇଥିବାବେଳେ ମୋଟ ୩୨୫୨୬ ଜଣ ଲୋକ ଟିକା ଦିଆଯାଇଛି । ସୋମବାର ୧୦୨ ପ୍ରତିଶତ ଟିକାକରଣ କରାଯାଇଛି ।

ରାଜ୍ୟର ସମସ୍ତ ଜିଲ୍ଲାରେ ଆଜି ଶତ ପ୍ରତିଶତ ଟିକାକରଣ ହୋଇଛି । ଖୋର୍ଦ୍ଧାରେ ସର୍ବାଧିକ ୩ହଜାର ୭୬୧ ଜଣଙ୍କୁ ଟିକା ଦିଆଯାଇଛି । ସେହିପରି ନୂଆପଡାରେ ସର୍ବନିମ୍ନ ୧୨୪ ଜଣ ଟିକା ନେଇଛନ୍ତି । ସେହିପରି ଭୁବନେଶ୍ୱରରେ ଆଜି ୨ ହଜାର ୮୬୪ ଜଣ ଟିକା ନେବାକୁ ଥିବା ବେଳେ ହଜାରେ ୯୪୭ ଜଣଙ୍କୁ ଟିକା ଦିଆଯାଇଛି । ଫଳରେ ଟିକା ଲକ୍ଷ୍ୟର ୬୮ ପ୍ରତିଶତ ଟିକାକରଣ ହୋଇଛି ।

ସେପଟେ ଏସସିବିର ଡାକ୍ତରମାନେ ମଧ୍ୟ ଟିକା ନେଇଛନ୍ତି । ଟିକା ନେବେ ପରେ ସାମ୍ବାଦିକ ସମ୍ମିଳନୀ କରି ବିଶେଷଜ୍ଞ ଡାକ୍ତର କହିଛନ୍ତି ଯେ, ଏଇଟା ଟିକା ନେବାର ସଠିକ ସମୟ । ଟିକା ନେଇ ସୁରକ୍ଷିତ ରୁହନ୍ତୁ । ଟିକା ନେବା ପରେ ଏଯାଏ କାହାଠାରେ ପାଶ୍ୱପ୍ରତିକ୍ରିୟା ଦେଖିବାକୁ ମିଳି ନାହିଁ । ତେଣୁ ଟିକା ନେବାକୁ ଭୟଭୀତ ନହେବାକୁ ପରାମର୍ଶ ଦେଇଛନ୍ତି ।
ଯେଉଁ ମାନେ ଯେଉଁ ଦିନ ଟିକା ନେଇଛନ୍ତି ତାହାର ଅଠେଇଶ ଦିନ ପରେ ଦ୍ୱିତୀୟ ଡୋଜ ଟିକା ନେବେ । ସେଥିପାଇଁ ପର୍ୟ୍ୟାପ୍ତ ଟିକା ରହିଛି । ସେହି ସମୟର ଦୁଇ ଦିନ ପୂର୍ବରୁ ତାଙ୍କୁ ଏସଏମଏସ ମାଧ୍ୟମରେ ଜଣାଇ ଦିଆଯିବ । ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି

Get real time updates directly on you device, subscribe now.

Leave A Reply

Your email address will not be published.