THE BYAPINI

ଅଭିମାନ ଭାଙ୍ଗିଲେ ସ୍ୱାସ୍ଥ୍ୟକର୍ମୀ

Get real time updates directly on you device, subscribe now.

ଅଭିମାନ ଭାଙ୍ଗିଲେ ସ୍ୱାସ୍ଥ୍ୟକର୍ମୀ । ନିଜେ ଟିକା ନେବେ ଓ ଟିକାକରଣରେ ସାମିଲ ହେବେ ବୋଲି କହିଛନ୍ତି ରାଜ୍ୟ ବହୁମୁଖୀ ସ୍ୱାସ୍ଥ୍ୟ କର୍ମୀ । ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ ମାସେ ପାଇଁ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଥିବା କହିଛନ୍ତି ବହୁମୁଖୀ ସ୍ୱାସ୍ଥ୍ୟ କର୍ମୀ ମହାସଂଘର ଆବାହିକା ମମତା ନାୟକ ।

ଡିସେମ୍ବର ୨୮ ତାରିଖରୁ ବିଭିନ୍ନ ଦାବି ନେଇ ସ୍ୱାସ୍ଥ୍ୟକର୍ମୀମାନେ କଳା ବ୍ୟାଚ ପିନ୍ଧି ଆନ୍ଦୋଳନ କରୁଥିଲେ । ଦାବି ପୂରଣ ନହେବା ଯାଏ ଟିକା ନେବେ ବୋଲି ମନା କରିଦେଇଥିଲେ ୧୫ ହଜାର ସ୍ୱାସ୍ଥ୍ୟକର୍ମୀ । ହେଲେ ଟିକାକରଣରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ । ତେବେ ମଙ୍ଗଳବାର ସରକାରଙ୍କ ସହ ଆଲୋଚନାରେ ସେମାନେ ନିଷ୍ପତି ବଦଳାଇଛନ୍ତି । କ୍ୟାଡର ରିଷ୍ଟ୍ରକ୍ଚର ଓ ପଦୋନ୍ନତି ନେଇ ସରକାରଙ୍କ ସହ ସକରାତ୍ମକ ଆଲୋଚନା ହୋଇଥିବା କହିଛନ୍ତି ବହୁମୁଖୀ ସ୍ୱାସ୍ଥ୍ୟ କର୍ମୀ ମହାସଂଘର ଆବାହିକା ମମତା ନାୟକ ।

ଆସନ୍ତା ୨୮ ତାରିଖରେ ୧୫ ହଜାର କର୍ମୀ ଟୀକା ନେବେ । ମାସେ ପରେ ପୁଣି ସରକାରଙ୍କ ସହ ଆଲୋଚନା ହେବ । ଫେବ୍ରୁଆରୀ ୧ରୁ କାର୍ୟ୍ୟବନ୍ଦ ଆନ୍ଦୋଳନ କରିଥାନ୍ତେ ବୋଲି ସ୍ୱାସ୍ଥ୍ୟକର୍ମୀ ଚେତାବନୀ ଦେଇଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.