THE BYAPINI

ଓଡ଼ିଶାରେ ହେବ ଜୁନିୟର ପୁରୁଷ ହକି ବିଶ୍ୱକପ

Get real time updates directly on you device, subscribe now.

ନବୀନଙ୍କ ବଡ ଘୋଷଣା । ପୁଣି ଥରେ ଓଡ଼ିଶାରେ ହକି ୱାର୍ଡ କପ୍ । ଜୁନିୟର ପୁରୁଷ ହକି ବିଶ୍ୱକପ ଆୟୋଜନ କରିବାକୁ ଯାଉଛି ଓଡ଼ିଶା । ଏନେଇ ଆଜି ଲୋକସେବା ଭବନରେ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଏହାସହ ଜୁନିୟର ହକି ବିଶ୍ୱକପର ଟ୍ରଫି ଉନ୍ମୋଚନ କରିଛନ୍ତି ନବୀନ । ଆଗାମୀ ନଭେମ୍ବର ମାସରେ କଳିଙ୍ଗ ଷ୍ଟାଡିୟମରେ ଜୁନିୟର ହକି ବିଶ୍ୱକପ ଖେଳାଯିବ । ୨୪ ନଭେମ୍ବରରୁ ୫ ଡିସେମ୍ବର ପର୍ୟ୍ୟନ୍ତ କଳିଙ୍ଗ ଷ୍ଟାଡିୟମରେ ଜୁନିୟର ହକି ବିଶ୍ୱକପ ଖେଳାଯିବ । ତେବେ ଚଳିତଥର ହୋମଗ୍ରାଉଣ୍ଡରେ ଭାରତୀୟ ଦଳ ପ୍ରଦର୍ଶନ କରିବ ବୋଲି କହିଛନ୍ତି ନବୀନ ।
ପୂର୍ବରୁ ୨୦୧୬ ମସିହାରେ ଜୁନିଅର ହକି ବିଶ୍ବକପ୍‌ ଆୟୋଜନ କରିଥିଲା ଲକ୍ଷ୍ନୌ । ଚଳିତ ବର୍ଷ ଗୌହାଟୀରେ ଏହା ଅନୁଷ୍ଠିତ ହେବାର ଥିଲା । ତେବେ ଏଥର ବିଶ୍ବକପ୍‌ ଆୟୋଜନ ପାଇଁ ରେସ୍‌ରେ ଆଗରେ ଓଡ଼ିଶା ଓ ଗୈାହାଟୀ ରହିଥିବା ବେଳେ । ଶେଷରେ ଓଡ଼ିଶାରେ ହିଁ ଜୁନିୟର ହକି ବିଶ୍ୱକପ ଐୟୋଜନ ହେବା ନେଇ ଏଫଆଇଏଚ ଅଧ୍ୟକ୍ଷ ମଧ୍ୟ ଘୋଷଣା କରିଛନ୍ତି ।
ଏହାସହ ନବୀନ କହିଛନ୍ତି, ଓଡ଼ିଶାର ଅନେକ ଖେଳାଳୀ ଟିମ୍ ଇଣ୍ଡିଆ ପାଇଁ ଖେଳି ରାଜ୍ୟକୁ ଗର୍ବିତ କରିଛନ୍ତି । ହକିକୁ ଆହୁରି ଆଗକୁ ନେବାକୁ ଓଡ଼ିଶା ଆଉ ୧୦ ବର୍ଷ ଭାରତୀୟ ହକି ଟିମର ପ୍ରାୟୋଜକ ରହିବ । ଓଡ଼ିଶା ହକିକୁ ନୂଆ ପରିଚୟ ଦେଇଛି । ହକିର ଉନ୍ନତିି ପାଇଁ ସର୍ବଦା ପ୍ରୟାସ କରି ଆସିଛି ଓଡ଼ିଶା । ଯେଉଁଥିପାଇଁ ବିଭିନ୍ନ ଟୁର୍ଣ୍ଣାମେଣ୍ଟ ସହ ହକି ବିଶ୍ୱକପର ଆୟୋଜନ କରିଛି ଓଡ଼ିଶା । ଏହାଛଡା ଏହି ପୁରୁଷ ଜୁନିୟର ହକି ବିଶ୍ୱକପ ପାଇଁ ମାତ୍ର ୨ ମାସ ସମୟ ମିଳିଥିଲା । ଆଉ କରୋନା କାଳରେ ଏହି ଚ୍ୟାଲେଞ୍ଜକୁ ଗ୍ରହଣ କରିବା ସହ ଜୁନିୟର ହକି ବିଶ୍ୱକପ ଆୟୋଜନ କରିବା ପାଇଁ ସମ୍ମତି ଦେଇଥିଲା ଓଡ଼ିଶା ।

Get real time updates directly on you device, subscribe now.

Leave A Reply

Your email address will not be published.