THE BYAPINI

ରାଜ୍ୟର ୧୦ ଜିଲ୍ଲାରେ ନାଇଟ କର୍ଫ୍ୟୁ

Get real time updates directly on you device, subscribe now.

ରାଜ୍ୟରେ କୋଭିଡ ସଂକ୍ରମଣ ଦ୍ରୁତ ଗତିରେ ବଢୁଥିବାରୁ ପୁଣି ଆରମ୍ଭ ହୋଇଯାଇଛି କଟକଣା। ନାଇଟକର୍ଫ୍ୟୁ, କଂଟେନମେଂଟ ଜୋନ ପୁଣି ଫେରିଛି । ରାଜ୍ୟର ୧୦ ଜିଲ୍ଲାରେ ନାଇଟ କର୍ଫ୍ୟୁ ନେଇ ଘୋଷଣା ହୋଇଛି । ଆସନ୍ତା ୫ ତାରିଖରୁ ଏହା ଲାଗୁ ହେବ । ରାତି ୧୦ରୁ ସକାଳ ୫ଟା ନାଇଟ କର୍ଫ୍ୟୁ ଲାଗୁ ହେବ ।

ରାଜ୍ୟରେ ସଂକ୍ରମଣ ବଢୁଥିବା ୧୦ ଜିଲ୍ଲାରେ କରୋନାକୁ ନିୟନ୍ତ୍ରଣକୁ ଆଣିବା ପାଇଁ ନାଇଟ କର୍ଫ୍ୟୁ ଘୋଷଣା ହୋଇଛି । ୧୦ ଜିଲ୍ଲା ଗୁଡିକ ହେଲା, ନୂଆପଡା, କଳାହାଣ୍ଡି, ନବରଙ୍ଗପୁର, ମାଲକାନଗିରି,ସୁନ୍ଦରଗଡ଼,ସମ୍ବଲପୁର, ଝାରସୁଗୁଡା, କୋରାପୁଟ,ବଲାଙ୍ଗୀର,ବରଗଡ଼ ।

କର୍ଫ୍ୟୁ ସମୟରେ କେବେଳ ଜରୁରୀକାଳୀନ ସେବାକୁ ଅନୁମତି ଦିଆଯିବ । ଦୋକାନ, ବଜାର ବନ୍ଦ ରହିବ । କୋଭିଡ କେସ ବଢୁଥିବାରୁ ରାଜ୍ୟ ସରକାର ଏହି ନିଷ୍ପତି ନେଇଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.