THE BYAPINI

କୋହଳ ହେବ ତ ସ୍କୁଲ ଫି?

Get real time updates directly on you device, subscribe now.

କୋହଳ ହେବ ସ୍କୁଲ ଫି ।ସମସ୍ତ ଘରୋଇ ଅଣଅନୁଦାନପ୍ରାପ୍ତ ଓ ଅନୁଦାନପ୍ରାପ୍ତ ସ୍କୁଲରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ସ୍କୁଲ ଫି କମାଇବାର ବାଟ ବାହାର କରିଛନ୍ତି ରାଜ୍ୟ ସରକାର । ହାଇକୋର୍ଟରେ ଦାଖଲ ହୋଇଥିବା ରିପୋର୍ଟ ଆଧାରରେ ହିଁ ୭ଟି ସ୍ଲାବରେ ସ୍କୁଲ ଫି କୋହଳ ହେବ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଯେଉଁଥିରେ ଛାତ୍ରଛାତ୍ରୀଙ୍କ ସ୍କୁଲ ଫି କୋହଳ କରିବାକୁ ରାଜ୍ୟ ସରକାର ସ୍କୁଲ ଗୁଡିକୁ ଅନୁରୋଧ କରିଛନ୍ତି । ତେବେ ପ୍ରଶ୍ନ ଉଠୁଛି,ସ୍କୁଲ ଗୁଡିକ ଫି ଛାଡ କରିବେ ତ ।

ସ୍କୁଲ ଫି କମିବାର ନିଷ୍ପତି ଆସିବା ପରେ ସମସ୍ତ ଅଭିଭାବକଙ୍କ ମନରେ ଗୋଟିଏ ପ୍ରଶ୍ନ ଆସୁଛି କେତେ କମିବ ସ୍କୁଲ ଫି? ହାଇକୋର୍ଟଙ୍କ ର୍ରାୟ ପରେ ଯେଉଁ ପ୍ରସ୍ତାବଟି ଆସିଥିଲା ଓ ଯାହା ଲାଗୁ ହେବାକୁ ଯାଉଛି ତାହା ହେଲା ବାର୍ଷିକ ୬ ହଜାର ଟଙ୍କା ପର୍ୟ୍ୟନ୍ତ ଟିଉସନ ଫି ଦେଉଥିଲେ କୌଣସି ରିହାତି ମିଳିବ ନାହିଁ । ୬ ହଜାରରୁ ଅଧିକ କିନ୍ତୁ ୧୨ ହଜାରରୁ କମ୍ ଦେଉଥିଲେ ୭.୫ ପ୍ରତିଶତ ଟିଉସନ ଫି ଛାଡହେବ । ସେହିପରି ବାର୍ଷିକ ୧୨ ହଜାରରୁ ଅଧିକ ଏବଂ ୨୪ ହଜାରରୁ କମ୍ ଫି ଉପରେ ୧୨ ପ୍ରତିଶତ, ୨୪ ହଜାରରୁ ଅଧିକ ଓ ୪୮ ହଜାରରୁ କମ୍ ୧୫ ପ୍ରତିଶତ, ୪୮ ହଜାରରୁ ଅଧିକ ଓ ୭୨ ହଜାରରୁ କମ୍ ଟିଉସନ ଫି ଉପରେ ୨୦ ପ୍ରତିଶତ ଛାଡ ହେବ । ୭୨ ହଜାରରୁ ଅଧିକ ଓ ଲକ୍ଷେ ଟଙ୍କାରୁ କମ୍ ଫି ଉପରେ ଛାଡ ହେବ ୧୫ ପ୍ରତିଶତ ଏବଂ ବାର୍ଷିକ ୧ ଲକ୍ଷରୁ ଅଧିକ ଟିଉସନ ଫି ଦେଉଥିଲେ ଛାଡ ହେବ ୨୬ ପ୍ରତିଶତ ।ଏହି ଆଧାରରେ ସ୍କୁଲ ଫି ଗୁଡିକୁ କମାଇବାକୁ ସ୍କୁଲ ଗୁଡିକୁ ରାଜ୍ୟ ସରକାର ଅନୁରୋଧ କରିଛନ୍ତି । କରୋନା ସମସ୍ତଙ୍କ ଆଥିଁକ ଅବସ୍ଥା ବିଗାଡିଦେଇଛି । ତେଣୁ ସମସ୍ତେ ଏହାକୁ ଗ୍ରହଣ କରିବେ ବୋଲି ଆଶା କରାଯାଉଥିବା କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ।

ଏଥି ସହ ପରିବହନ ଓ ଖାଦ୍ୟ ବାବଦ ଖର୍ଚ୍ଚ ମନଇଚ୍ଛା ସ୍କୁଲ ପକ୍ଷରୁ ଆଦାୟ କରାନଯାଇ ପ୍ରକୃତ ସ୍ଥିତିକୁ ଦେଖି ପଦକ୍ଷେପ ନେବାକୁ କୁହାଯାଇଛି । ହାଇକୋର୍ଟଙ୍କ ନିର୍ଦେଶ ଅନୁସାରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.