କିଏ ନେବ ଉଷୁନା ଚାଉଳ ?
ଚାଉଳ କିଣାକୁ ନେଇ ରାଜ୍ୟ ରାଜନୀତି ବେଶ ସରଗରମ ହୋଇଛି । ଉଷୁନା ଚାଉଳକୁ ନେଇ ଆରମ୍ଭ ହୋଇଛି ରାଜନୀତି । କେନ୍ଦ୍ର ସରକାର ଓ ବିଜେପିକୁ ଟାର୍ଗେଟ କରିଛି ବିଜୁ ଜନତା ଦଳ । ରବି ଋତୁରେ ସଂଗ୍ରହ ହୋଇଥିବା ଉଷୁନା ଚାଉଳ କେନ୍ଦ୍ର ନେବ ନାହିଁ ବୋଲି ଭାରତୀୟ ଖାଦ୍ୟ ନିଗମ ଚିଠି ଲେଖିବା ପରେ ଏହାକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛି ବିଜେଡି ।
ଚାଉଳ କିଣା ନେଇ ତେଜିଲା ରାଜନୀତି । ରାଜ୍ୟ ଯୋଗାଣ ବିଭାଗକୁ ଭାରତୀୟ ଖାଦ୍ୟ ନିଗମ ପକ୍ଷରୁ ଏକ ଚିଠି ହୋଇଛି । ଏହି ଚିଠିରେ ଉଷୁନା ଚାଉଳ କ୍ରୟ ଉପରେ କଟକଣା ଲଗାଇଛି ଏଫସିଆଇ ।ଏଥିରେ ଲେଖାଯାଇଛି, ରାଜ୍ୟ ସଂଗ୍ରହ କରିଥିବା ଖରିଫ ଋତୁର ୫୦ ପ୍ରତିଶତ ଉଷୁନା ଚାଉଳ ସଂଗ୍ରହ କରିବ ଏଫସିଆଇ । ରବି ଋତୁରେ ସଂଗ୍ରହ ହୋଇଥିବା ଉଷୁନା ଚାଉଳ ଆଦୌ ନେବ ନାହିଁ ଭାରତୀୟ ଖାଦ୍ୟ ନିଗମ । ଆଉ ଏହି ଚିଠିକୁ ନେଇ କେନ୍ଦ୍ରର ବିଜେପି ସରକାର ଉପରେ ବର୍ଷିଛି ବିଜେଡି । ରାଜ୍ୟ ଯୋଗାଣ ବିଭାଗକୁ ଭାରତୀୟ ଖାଦ୍ୟ ନିଗମ ପକ୍ଷରୁ ଏକ ଚିଠି ହୋଇଛି । ଏହି ଚିଠିରେ ଉଷୁନା ଚାଉଳ କ୍ରୟ ଉପରେ କଟକଣା ଲଗାଇଛି ଏଫସିଆଇ ।ଏଥିରେ ଲେଖାଯାଇଛି, ରାଜ୍ୟ ସଂଗ୍ରହ କରିଥିବା ଖରିଫ ଋତୁର ୫୦ ପ୍ରତିଶତ ଉଷୁନା ଚାଉଳ ସଂଗ୍ରହ କରିବ ଏଫସିଆଇ । ରବି ଋତୁରେ ସଂଗ୍ରହ ହୋଇଥିବା ଉଷୁନା ଚାଉଳ ଆଦୌ ନେବ ନାହିଁ ଭାରତୀୟ ଖାଦ୍ୟ ନିଗମ । ଆଉ ଏହି ଚିଠିକୁ ନେଇ କେନ୍ଦ୍ରର ବିଜେପି ସରକାର ଉପରେ ବର୍ଷିଛି ବିଜେଡି ।
ଯଦି ଏଫସିଆଇ ଚାଉଳ ନଉଠାଏ ତେବେ ଓଡ଼ିଶା ଉପରେ ୧୦ହଜାର କୋଟିର ବୋଝ ପଡ଼ିବ । ଚଳିତବର୍ଷ ୮୨ ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ ଲକ୍ଷ୍ୟ ରହିଛି । ସେଥିରୁ ୫୫ ଲକ୍ଷ ମେଟ୍ରିକ ଟନ ଉଷୁନା ଚାଉଳ ବାହାରିବ । ୨୪ ଲକ୍ଷ ମେଟ୍ରିକ ଟନ ଧାନ ରାଜ୍ୟର ଚାହିଦା ପାଇଁ ଆବଶ୍ୟକ ଥିବା ବେଳେ ମାତ୍ର ୧୦ ଲକ୍ଷ ମେଟ୍ରିକ ଟନ ଧାନ ନେବ ଭାରତୀୟ ଖାଦ୍ୟ ନିଗମ । ବଳିବ ୨୧ ଲକ୍ଷ ମେଟ୍ରିକ ଟନ ଉଷୁନା ଚାଉଳ । ଯାହାର ମୂଲ୍ୟ ୭ ହଜାର ୩୫୦ କୋଟି ଟଙ୍କା । ଯାହାର ବୋଝ ପଡିବ ଚାଷୀଙ୍କ ଉପରେ । ବଳକା ଚାଉଳ କିଣିବାକୁ କେନ୍ଦ୍ର ସରକାର ମନା କରୁଥିବାରୁ ଏହା ଓଡ଼ିଶା ଉପରେ ବୋଝ ହେବ ବୋଲି କହିବା ସହ କରୋନା ବେଳେ ଏହା କଟା ଘା’ରେ ଚୂନ ସଦୃଶ ବୋଲି କହିଛି ବିଜେଡି। ରାଜ୍ୟ ଚାହିଦା ବାଦ ବଳିପଡୁଥିବା ୩୧ ଲକ୍ଷ ମେଟ୍ରିକ ଟନ ଉଷୁନା ଚାଉଳ ଏଫସିଆଇ ନେଉ ବୋଲି ଦାବି କରିଛି ଦଳ ।
ସେପଟେ ବିଜେଡିର ସାମ୍ବାଦିକ ସମ୍ମିଳନୀ ପରେ ବିଜେପି ପାଲଟା ଜବାବ କରିଛି । ମଣ୍ଡି ଅବ୍ୟବସ୍ଥାକୁ ନେଇ ବିଜେପି ଆଗକୁ ଆରଡିସି ଅଫିସ ଘେରିବାକୁ ଯୋଜନା କରିଛି । ତା ପୂର୍ବରୁ କିନ୍ତୁ ବିଜେଡି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ଚାଷୀଙ୍କ ସହ ରାଜ୍ୟ ସରକାର ଓ ବିଜେଡି ଅଛନ୍ତି ବୋଲି ବାର୍ତ୍ତା ଦେବାକୁ ଚେଷ୍ଟା କରିଛି। ଯାହାର ଜବାବ ଦେଇଛି ବିଜେପି ।