THE BYAPINI

ପରୀ ମାମଲା: ପୁଲିସର ସ୍ପଷ୍ଟୀକରଣ

Get real time updates directly on you device, subscribe now.

ପରୀ ମୃତ୍ୟୁ ମାମଲାରେ ଓଡିଶା ପୋଲିସର ସ୍ପଷ୍ଟୀକରଣ ରଖିଛି । ଝଓଞ ବିରୋଧରେ ଆସିଥିବା ଅଭିଯୋଗ ଭିତ୍ତିହୀନ ଓ ଅମୂଳକ ବୋଲି କହିଛି ଓଡ଼ିଶା ପୋଲିସ । ଘଟଣାକୁ ନେଇ ଓଡିଶା ପୋଲିସ ଲିଖିତ ପ୍ରତିକ୍ରିୟା ଦେଇଛି। ତଦନ୍ତକାରୀ ଅଧିକାରୀଙ୍କ ଵିରୋଧରେ ହୋଇଥିଵା ଅଭିଯୋଗ ନେଇ ସ୍ପଷ୍ଟ କରିଛି ଓଡିଶା ପୋଲିସ। ତଦନ୍ତକୁ ଦିଗହରା କରିବା ପାଇଁ ଏପରି ଅଭିଯୋଗ କରାଯାଉଥିବା କୁହାଯାଇଛି। ତଦନ୍ତ ସଠିକ ଦିଗରେ ଆଗଉଛି ଏବଂ ଏସଆଇଟିକୁ ତାରି କାମ କରିବାକୁ ଦିଆଯାଉ ବୋଲି ଲିଖିତ ପ୍ରତିକ୍ରିୟାରେ ଓଡିଶା ପୋଲିସ ଉଲ୍ଲେଖ କରିଛି।

ମାମଲାରେ ଅନେକ ଲୋକଙ୍କୁ ପଚରା ଉଚରା କରାଯାଇଛି । ତଦନ୍ତରେ ସବୁ ଗ୍ରାମବାସୀ ସହଯୋଗ କରୁଛନ୍ତି । ତଦନ୍ତକାରୀ ସଂସ୍ଥାରେ ଉପରେ ଜଣେ ବ୍ୟକ୍ତି ଭିତ୍ତିହୀନ ଆରୋପ ଲଗାଉଛନ୍ତି । ଏହାଦ୍ୱାରା ତଦନ୍ତକାରୀ ଅଧିକାରୀ ହତୋତ୍ସାହିତ ହେବେ ।ଏହି ଅଭିଯୋଗ ତଦନ୍ତକାରୀ ସଂସ୍ଥା ଉପରେ ଆଶଙ୍କା ସୃଷ୍ଟିକରିଛି ।ତଦନ୍ତରେ ଆଖି ଦୃଶିଆ ଅଗ୍ରଗତି ମଧ୍ୟ ହୋଇଛି। ଏସ୍ ଆଇଟିକୁ ହତୋତ୍ସାହିତ କରିବା ପାଇଁ ଏପରି ଅଭିଯୋଗ ହୋଇପାରେ ବୋଲି ପ୍ରେସ୍ ରିଲିଜ୍‌ରେ କୁହାଯାଇଛି।

ଓଡିଶା ପୋଲିସ ନିରପେକ୍ଷ ଓ ତତ୍ପର ତଦନ୍ତ ପାଇଁ ପ୍ରତିଶ୍ରୁତିବଦ୍ଧ। ପରୀକୁ ନ୍ୟାୟ ଦେବାକୁ ତଦନ୍ତର କୌଣସି ପୃଷ୍ଠା ଛଡାଯିବ ନାହିଁ। ପରୀକୁ ନ୍ୟାୟ ମିଳିବ। ଏସଆଇଟିକୁ କାମ କରିବାକୁ ଦିଆଯାଉ ବୋଲି ରିଲିଜ୍‌ରେ କୁହାଯାଇଛି।ପରୀ ମୃତ୍ୟୁ ମାମଲାରେ ଏସଆଇଟି କୋର୍ଟରେ ରିପୋର୍ଟ ଦାଖଲ କରିସାରିଛି । ତେବେ ପରୀକୁ ହତ୍ୟା ପୂର୍ବରୁ ଯୌନ ନିର‌୍ୟାତନା ଦିଆଯାଇଥିବା ସୂତ୍ରରୁ ପ୍ରକାଶ ପାଇଛି । ଏହାସହ ଏସଆଇଟି ପରୀ ଡ୍ରେସରୁ ମିଳିଥିବା ସିମେନ ଜରିଆରେ ଅଭିଯୁକ୍ତକୁ ଚିହ୍ନଟ କରିବ ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.

Leave A Reply

Your email address will not be published.