THE BYAPINI

୧୮ ବର୍ଷରୁ ଅଧିକଙ୍କ ପାଇଁ ଆସିଲା ଆଉ ଲକ୍ଷେ କୋଭିସିଲ୍ଡ

Get real time updates directly on you device, subscribe now.

ଓଡିଶା ଆସିଲା ଆଉ ୧ ଲକ୍ଷ କୋଭିସିଲ୍ଡ ଟିକା । ସୋମବାର ଠାରୁ ରାଜ୍ୟ ବିଭିନ୍ନ ଜିଲ୍ଲାରେ ୧୮ ବର୍ଷରୁ ଅଧିକ ବୟସ୍କଙ୍କୁ କୋଭିଡ୍ ଟିକା ଦିଆଯିବ । ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ଓଡିଶାକୁ ଏହି କୋଭିସିଲ୍ଡ ଟିକା ପଠାଇଛି । ଆଜି ଟିକା ଆସି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛି । ଆବଶ୍ୟକ କୋଭିସିଲ୍ଡ ଟିକା ନଥିବାରୁ ଭୁବନେଶ୍ୱର ବାହାରେ ୧୮ ବର୍ଷରୁ ଅଧିକଙ୍କୁ ଟିକାକରଣ ପ୍ରକିୟା ବନ୍ଦ ରହିଥିଲା ।

ରାଜ୍ୟ ଦେଇଥିବା ଅର୍ଡରରୁ ୧ ଲକ୍ଷ ଡୋଜ୍ ଟିକା ପଠାଇଛି ସେରମ୍ । ମେ’ ୧ ତାରିଖରୁ ରାଜ୍ୟରେ ତୃତୀୟ ପର୍ୟ୍ୟାୟ ଟିକାକରଣ ଆରମ୍ଭ ହୋଇଥିଲା । ତେବେ ସେତେବେଲେ କେବଳ କୋଭାକ୍ସିନ୍ ରାଜ୍ୟ ପାଖକୁ ଆସିଥିଲେ । ସେହି ଅନୁସାରେ, ଭୁବନେଶ୍ୱରରେ କୋଭାକ୍ସିନ୍ ଦିଆଯାଉଥିବାରୁ ୧୮ ବର୍ଷରୁ ୪୪ ବୟସ୍କଙ୍କ ଟିକାକରଣ ଜାରି ରହିଥିଲା । ଅର୍ଡର ଅନୁସାରେ କୋଭିସିଲ୍ଡ ଆସି ନଥିବାରୁ ଭୁବନେଶ୍ୱର ବ୍ୟତୀତ୍ ଅନ୍ୟ କେଉଁଠି ଟିକାକରଣ ଆରମ୍ଭ ହୋଇ ପାରିନଥିଲା ।

ଆଜି ୧ ଲକ୍ଷ କୋଭିସିଲ୍ଡ ପହଞ୍ଚିବା ପରେ ସୋମବାର ଠାରୁ ରାଜ୍ୟର ଅଧିକାଂଶ ଜିଲ୍ଲାରେ ୧୮ ବର୍ଷରୁ ଅଧିକ ବୟସ୍କଙ୍କୁ ଟିକା ଦିଆଯିବ ବୋଲି ଜଣାପଡ଼ିଛି । ମେ ୭ ତାରିଖ ସନ୍ଧ୍ୟା ସୁଦ୍ଧା ରାଜ୍ୟ ପାଖରେ କେନ୍ଦ୍ର ଦେଇଥିବା କୋଭିସିଲ୍ଡ ମଧ୍ୟରୁ ୨ ଲକ୍ଷ ୧୬ ହଜାର ୫୪୦ ଡୋଜ୍ ଏବଂ କେନ୍ଦ୍ର ଦେଉଥିବା କୋଭାକ୍ସିନରୁ ୩ ଲକ୍ଷ ୫୩ ହଜାର ୮୨୦ ଡୋଜ୍ ରହିଛି । ସେହିଭଳି ରାଜ୍ୟ ଅର୍ଡର କରିଥିବା କୋଭାକ୍ସିନରୁ ୧ ଲକ୍ଷ ୧୪ ହଜାର ୭୦ ଡୋଜ୍ ଟିକା ଗଚ୍ଛିତ ଅଛି ।
ରାଜ୍ୟରେ କରୋନା ସଂକ୍ରମଣ ଧିରେ ଧିରେ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଟିକା କରଣକୁ ଜୋରଦାର କରିଛନ୍ତି ରାଜ୍ୟ ସରକାର । କେବଳ ରାଜ୍ୟରେ ନୁହେଁ ଦେଶର ବିଭିନ୍ନ ସ୍ଥାନରେ ମଧ୍ୟ ଟିକାକରଣକୁ ଜୋରଦାର କରାଯାଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.