THE BYAPINI

ଆଖି ବୁଜିଲା ଆଉ ଜଣେ ଶିଶୁ

Get real time updates directly on you device, subscribe now.

ରାଜ୍ୟରେ ଆଉ ୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ। ମୃତକଙ୍କ ମଧ୍ୟରେ ଜଣେ ୬ ବର୍ଷର ଝିଅ ରହିଛନ୍ତି । ବାଲେଶ୍ୱରର ୬ ବର୍ଷର ଝିଅର ମୃତ୍ୟୁ ହୋଇଥିବା ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଗଂଜାମରୁ ୨ ଜଣ, କେନ୍ଦ୍ରାପଡ଼ାରୁ ଜଣେ, ଢେଙ୍କାନାଳରୁ ଜଣେ, ପୁରୀର ଜଣେ ଓ କଟକରୁ ଜଣେ ଆକ୍ରାନ୍ତଙ୍କ କରୋନାରେ ମୃତ୍ୟୁ ହୋଇଛି ।ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୮,୦୩୫କୁ ବୃଦ୍ଧି ହୋଇଛି।
ସେହିପରି ରାଜ୍ୟରେ ୨୪ ଘଣ୍ଟାରେ ୮୪୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୧୨୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନରୁ ୪୯୫; ଲୋକାଲ କେସ୍- ୩୫୪ ଚିହ୍ନଟ ହୋଇଛନ୍ତି। ଅନୁଗୁଳ- ୨୦, ବାଲେଶ୍ୱର- ୫୧, ବରଗଡ଼- ୩, ଭଦ୍ରକ- ୧୧ ,ବଲାଙ୍ଗିର- ୪, ବୌଦ୍ଧ- ୧, କଟକ- ୧୧୭, ଦେବଗଡ଼- ୮, ଢେଙ୍କାନାଳ- ୨୬, ଗଜପତି- ୧, ଗଂଜାମ- ୧, ଜଗତସିଂହପୁର- ୧୨ ଚିହ୍ନଟ ହୋଇଛନ୍ତି। ଯାଜପୁର- ୩୨, ଝାରସୁଗୁଡ଼ା- ୪, କଳାହାଣ୍ଡି- ୪, କନ୍ଧମାଳ- ୧, କେନ୍ଦ୍ରାପଡ଼ା- ୯, କେନ୍ଦୁଝର- ୧୨, ଖୋର୍ଦ୍ଧା- ୩୪୧, ମାଲକାନଗିରି- ୧, ମୟୂରଭଂଜ- ୨୧, ନବରଙ୍ଗପୁର- ୪, ନୟାଗଡ଼- ୭, ପୁରୀ- ୩୧, ରାୟଗଡ଼ା- ୧୨, ସମ୍ବଲପୁର- ୧୬, ସୁବର୍ଣ୍ଣପୁର- ୩, ସୁନ୍ଦରଗଡ଼- ୧୮, ଷ୍ଟେଟପୁଲ- ୭୮ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୧୦ ହଜାର ୭୨କୁ ବୃଦ୍ଧି ହୋଇଛି।

Get real time updates directly on you device, subscribe now.

Leave A Reply

Your email address will not be published.