ଖୋର୍ଦ୍ଧାରେ ପୁଣି ୩୦୦ ଟପିଲା
୨୪ଘଂଟାରେ ରାଜ୍ୟରେ ୭୬୨ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୬୪ ହଜାର ୬୦୨ ନମୁନା ପରୀକ୍ଷା ହୋଇଥିବା ବେଳେ ପଜିଟିଭ ହାର ୧ ଦଶମିକ ୧୭ ପ୍ରତିଶତ ରହିଛି ।ଶୂନରୁ ୧୮ ବର୍ଷ ଭିତରେ ୧୦୨ ପିଲାଙ୍କୁ କରୋନା । ଏମାନଙ୍କ ମଧ୍ୟରୁ ୪୪୩ ଜଣ ସଂଗରୋଧରୁ ଥିବା ବେଳେ ୩୧୯ ଜଣ ସ୍ଥାନୀୟ ସଂକ୍ରମିତ ।
ଖୋର୍ଦ୍ଧାରୁ ୩୧୪, କଟକରୁ ୧୧୯, ମୟୂରଭଂଜ ୨୯, ଜଗତସିଂହପୁରରୁ ୨୪ ଏବଂ ଷ୍ଟେଟ ପୁଲରୁ ୭୪ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୧୩ ହଜାର ୫୬୭କୁ ବୃଦ୍ଧି ପାଇଛି । ଏମାନଙ୍କ ମଧ୍ୟରୁ ୯ଲକ୍ଷ ୯୮ ହଜାର ୫୯୧ଜଣ ସୁସ୍ଥ ହୋଇଛନ୍ତି । ଏବେ ରାଜ୍ୟରେ ୬ହଜାର ୮୫୩ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି । ସେହିଭଳି ମାଲକାନଗିରିରୁ ୧, ମୟୂରଭଞ୍ଜରୁ ୨୯, ନବରଙ୍ଗପୁରରୁ ୨, ନୟାଗଡ଼ରୁ ୩, ନୂଆପଡ଼ାରୁ ୩, ପୁରୀରୁ ୧୬, ରାୟଗଡ଼ାରୁ ୬, ସମ୍ବଲପୁରରୁ ୭, ସୋନପୁରରୁ ୩, ସୁନ୍ଦରଗଡ଼ରୁ ୨୬ ଏବଂ ଷ୍ଟେଟପୁଲରୁ ୭୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୧୩ ହଜାର ୫୬୭କୁ ବୃଦ୍ଧି ପାଇଛି ।