ବାତିଲ ହେବ କି ଯୁକ୍ତ ଦୁଇ ପରୀକ୍ଷା?
ଦଶମ ଶ୍ରେଣୀ ପରୀକ୍ଷା ବାତିଲ ପରେ ସମାନ ଦାବିରେ ଆନ୍ଦୋଳନକୁ ଓହ୍ଲାଇଲେ ଯୁକ୍ତ ଦୁଇ ଛାତ୍ରଛାତ୍ରୀ । ବିଭିନ୍ନ କଲେଜର ଛାତ୍ରଛାତ୍ରୀ ଭୁବନେଶ୍ୱର ଲୋୟର ପିଏମ୍ଜିରେ ଆନ୍ଦୋଳନ କରିଛନ୍ତି । କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଯୁକ୍ତ ଦୁଇ ପରୀକ୍ଷା ବାତିଲ କରିବା ପାଇଁ ଦାବି କରିଛନ୍ତି ଛାତ୍ରଛାତ୍ରୀ ।
କରୋନା ସଂକ୍ରମଣ ପାଇଁ ଏବେ ପ୍ଲସ୍ ଟୁ ପରୀକ୍ଷା ସ୍ଥଗିତ ରହିଛି । ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ କହିଛନ୍ତି, ‘ଯୁକ୍ତ ଦୁଇ ପରୀକ୍ଷା ସମ୍ପର୍କରେ ବର୍ତ୍ତମାନ ନିଷ୍ପତ୍ତି ନିଆଯାଇ ନାହିଁ । ଜୁନ୍ ମାସର ପ୍ରଥମ ସପ୍ତାହରେ ସେତେବେଳେ ସ୍ଥିତିକୁ ନଜରରେ ରଖି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମରେ ଆଗକୁ କାର୍ୟ୍ୟ କରାଯିବ।’ ପରୀକ୍ଷା ବାତିଲ ଦାବିରେ ଭୁବନେଶ୍ୱର ଲୋୟର ପିଏମଜିରେ ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ ଚଳାଇଛନ୍ତି ଛାତ୍ରଛାତ୍ରୀ। କିନ୍ତୁ ଯୁକ୍ତ ଦୁଇ ପରୀକ୍ଷାର୍ଥୀ ଦଶମ ଛାତ୍ରଛାତ୍ରୀଙ୍କଠାରୁ ବୟସରେ ବଡ଼ । ତେଣୁ ସେମାନେ ପରୀକ୍ଷା ବାତିଲ ଦାବି ନ କରି ପାଠପଢ଼ାରେ ମନୋନିବେଶ କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି । । ପିଲାମାନେ ମାଟ୍ରିକ ପରୀକ୍ଷା ନ ଦିଅନ୍ତୁ କିମ୍ବା ପରୀକ୍ଷା ବନ୍ଦ ହୋଇଯାଉ ଏମିତି ଇଛା ରାଜ୍ୟ ସରକାରଙ୍କ ନଥିଲା । ହେଲେ ଅବସ୍ଥା ଏପରି ହେଲା ଆମେ ବାଧ୍ୟ ହେଲୁ ପରୀକ୍ଷା ବନ୍ଦ ଲାଗି ବୋଲି ଗଣଶିକ୍ଷାମନ୍ତ୍ରୀ କହିଛନ୍ତି ।