THE BYAPINI

ଖୁସି କରିଦେଲେ ମୁଖ୍ୟମନ୍ତ୍ରୀ

Get real time updates directly on you device, subscribe now.

ପୁରୀ ଓ ଯାଜପୁର ପାଇଁ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟ କ୍ୟାବିନେଟ ବୈଠକରେ ଲିଙ୍ଗରାଜ ମନ୍ଦିର ବ୍ୟତୀତ ଆଉ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି । ପୁରୀ ଓ ଯାଜପୁରବାସୀଙ୍କୁ ମିଳିବ ଉତମ ସ୍ୱାସ୍ଥ୍ୟସେବା । ପୁରୀ ଓ ଯାଜପୁରରେ ମେଡିକାଲ କଲେଜ ଖୋଲିବା ପ୍ରସ୍ତାବକୁ କ୍ୟାବିନେଟ ମଂଜୁରୀ ମିଳିଛି ।

ପୁରୀ ଓ ଯାଜପୁରରେ ମେଡିକାଲ କଲେଜ ଖୋଲିବା ପ୍ରସ୍ତାବକୁ କ୍ୟାବିନେଟ ମଂଜୁରୀ ମିଳିଛଇ । ଯାଜପୁରରେ ଶହେ ଶଯ୍ୟା ବିଶିଷ୍ଟ ନୂଆ ସରକାରୀ ମେଡିକାଲ କଲେଜ ହସ୍ପିଟାଲ ଏବଂ ପୁରୀରେ ୬୫୦ ଶଯ୍ୟାର ମେଡିକାଲ କଲେଜ ହସ୍ପିଟାଲ ନିର୍ମାଣ ହେବ । ପୁରୀଠାରେ ୧୦୦ ସିଟ ବିଶିଷ୍ଟ ମେଡିକାଲ କଲେଜ ଓ ୬୫୦ ଶଯ୍ୟା ବିଶିଷ୍ଟ ଅଧ୍ୟାପନା ହସପିଟାଲ ନିର୍ମାଣ କରାଯିବ । ଏଥିପାଇଁ ରାଜ୍ୟ ସରକାର ୨୨୪ କୋଟି ୫୫ ଲକ୍ଷ ଟଙ୍କା ବ୍ୟୟ କରିବେ। ଏହି କାମକୁ ୩ ବର୍ଷ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ଧାର‌୍ୟ୍ୟ କରାଯାଇଛି ।

ସେହିପରି ଯାଜପୁରରେ ୧୦୦ ସିଟ ବିଶିଷ୍ଟ ମେଡିକାଲ କଲେଜ ଓ ୫୦୦ ଶଯ୍ୟା ବିଶିଷ୍ଟ ହସପିଟାଲ ନିର୍ମାଣ କରାଯିବ । କୋଠା ଓ ଅନ୍ୟଭିତ୍ତିଭୂମି ଲାଗି ରାଜ୍ୟ ସରକାର ୪୨୬ କୋଟି ୫୧ ଲକ୍ଷ ଟଙ୍କା ବ୍ୟୟ କରିବେ । ଏହି କାମ ମଧ୍ୟ ୩ବର୍ଷ ମଧ୍ୟରେ ସରିବ । ଏନେଇ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ହୋଇଛି ।

ନୂତନ ମେଡିକାଲ କଲେଜ ନିର୍ମାଣ ହେବା ପରେ ଲୋକଙ୍କୁ ନିଜ ଜିଲ୍ଲାରେ ମଲ୍ଟି ସ୍ପେଶାଲିଷ୍ଟ ସୁବିଧା ମିଳିବ । ଏହାଦ୍ୱାରା ନିକଟବର୍ତ୍ତୀ ଜିଲ୍ଲା ଲୋକ ମଧ୍ୟ ଉପକୃତ ହେବେ । ବର୍ତ୍ତମାନ ଓଡ଼ିଶାରେ ୧୨ଟି ମେଡିକାଲ କ‌ଲେଜ ଥିବା ବେଳେ ସେଥିମଧ୍ୟରୁୁ ୮ଟି ସରକାରୀ ଓ ୪ଟି ଘରୋଇ ମେଡିକାଲ କଲେଜ ରହିଛି । ପୂର୍ବରୁ କଟକ, ବୁର୍ଲା ଓ ବ୍ରହ୍ମପୁର‌ରେ ମେଡିକାଲ କଲେଜ ଥିଲା ଏବଂ ଏହାପରେ କୋରାପୁଟ, ବାରିପଦା, ବାଲେଶ୍ବର ଓ ବଲାଙ୍ଗୀରରେ ମେଡିକାଲ କଲେଜ ସ୍ଥାପନ ହୋଇଥିଲା ।

Get real time updates directly on you device, subscribe now.

Leave A Reply

Your email address will not be published.