THE BYAPINI

କାଲି ମାଟ୍ରିକ ପରୀକ୍ଷା

Get real time updates directly on you device, subscribe now.

ଆସନ୍ତାକାଲି ମାଟ୍ରିକ ଅଫଲାଇନ୍ ପରୀକ୍ଷା । ମୋଟ୍ ୬ ହଜାର ୫ ଶହ ୯୭ ପରୀକ୍ଷାର୍ଥୀ ଦେବେ ରେଗୁଲାର ପରୀକ୍ଷା । ମଧ୍ୟମା ଏବଂ ଓପନ୍ ସ୍କୁଲକୁ ମିଶାଇ ୧୫ ହଜାର ୧୫୧ ଜଣ ଦେବେ ପରୀକ୍ଷା । ମସ୍ତ ପରୀକ୍ଷାର୍ଥୀଙ୍କ ପାଇଁ ମୋଟ୍ ୫୦୪ଟି ସେଣ୍ଟର ହୋଇଥିବା ବେଳେ ରେଗୁଲାର ପରୀକ୍ଷାର୍ଥୀଙ୍କ ପାଇଁ ୨୭୮ଟି ସେଣ୍ଟର ହୋଇଥିବା ବୋର୍ଡ ପକ୍ଷରୁ କୁହାଯାଇଛି ।

କାଲିଠୁ ଅଗଷ୍ଟ ୫ ଯାଏଁ ଚାଲିବ ପରୀକ୍ଷା । ଚଳିତ ବର୍ଷ ବିନା ପରୀକ୍ଷାରେ ପ୍ରକାଶ ପାଇଥିବା ପରୀକ୍ଷା ଫଳରେ ଅସନ୍ତୁଷ୍ଟ ଥିବା ଛାତ୍ରଛାତ୍ରୀ ମାନେ ପରୀକ୍ଷା ଦେବେ । ଏଥିପାଇଁ ବୋର୍ଡ଼ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ବୋର୍ଡ଼ ସଭାପତି ରମାଶିଷ ହାଜରା ସୂଚନା ଦେଇ କହିଛନ୍ତି କୋଭିଡ଼ ଗାଇଡ଼ଲାଇନ କଡ଼ାକଡ଼ି ଭାବେ ପାଳନ କରାଯାଇ ପରୀକ୍ଷା କରାଯିବ । ଏଥିପାଇଁ ସମସ୍ତ ପରୀକ୍ଷା କେନ୍ଦ୍ରରେ ପର୍ୟ୍ୟବେକ୍ଷକ ନିଯୁକ୍ତ କରାଯିବ । ଏହା ସହ ଜିଲ୍ଲା ପ୍ରସାଶନ ପକ୍ଷରୁ କୋଭିଡ଼ ସ୍କାର୍ଡ଼ ଗଠନ କରାଯାଇ କଟକଣା ଅନୁଧ୍ୟାନ କରିବେ ।

Get real time updates directly on you device, subscribe now.

Leave A Reply

Your email address will not be published.