ପ୍ରତିଦିନ ବଢି ଚାଲିଛି ତେଲ ଦର । ବିଗତ ୧୪ ଦିନରେ ୧୨ ଥର ତେଲ ଦର ବଢିଲାଣି । ଆଜି ପୁଣି ପେଟ୍ରୋଲ ଦରରେ ୪୩ ପଇସା ଓ ଡିଜେଲ ଲିଟର ପିଛା ଦର ୪୨ ପଇସା ବୃଦ୍ଧି ହୋଇଛି । ଫଳରେ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ଦର ୧୧୦ ଟଙ୍କା ୯୭ ପଇସା ଓ ଡିଜେଲ ଲିଟର ୧୦୦ ଟଙ୍କା ୫୪ ପଇସା ହୋଇଛି । ୧୩ ଦିନରେ ପେଟ୍ରୋଲ ଦର ମୋଟ୍ ୮ ଟଙ୍କା ୯୯ ପଇସା ଓ ଡିଜେଲ ଲିଟର ପିଛା ଦର ୮ ଟଙ୍କା ୯୧ ପଇସା ବୃଦ୍ଧି ହୋଇସାରିଲାଣି ।
ଦିଲ୍ଲୀରେ ୪୦ ପଇସା ଲେଖାଏ ବଢିଲା ପେଟ୍ରୋଲ ଓ ଡିଜେଲ ଦର । ଦିଲ୍ଲୀରେ ପେଟ୍ରୋଲ ଲିଟର ୧୦୩ ଟଙ୍କା ୮୧ ପଇସା ହୋଇଥିବା ବେଳେ, ଡିଜେଲ ଲିଟର ୯୫ଟଙ୍କା ୭ପଇସା ହୋଇଛି । ସେହିପରି ମୁମ୍ବାଇରେ ପେଟ୍ରୋଲ ଦର ୮୪ ପଇସା ବଢି ୧୧୮ଟଙ୍କା ୮୩ ପଇସା ହୋଇଥିବା ବେଳେ, ଡିଜେଲ ଦର ୪୩ ପଇସା ବଢି ୧୦୩ଟଙ୍କା ୭ ପଇସାରେ ପହଞ୍ଚିଛି । ସେହିପରି ମାଲକାନଗିରିରେ ପେଟ୍ରୋଲ ଦର ୧୧୬ ଟଙ୍କା ଟପିଛି ।
୫ ରାଜ୍ୟରେ ନିର୍ବାଚନ ଥିବାରୁ ନଭେମ୍ବର ୪ ତାରିଖରୁ ତେଲ ଦର ସ୍ଥିର ରହିଥିଲା । ଏପରିକି ବିଶ୍ୱ ବଜାରରେ ଅଶୋଧିତ ତେଲ ଦର ୮୪ ଡଲାରରୁ ବୃଦ୍ଧି ପାଇ ୧୦୦ ଡଲାର ଅତିକ୍ରମ କରିଥିଲେ ମଧ୍ୟ ଖୁଚୁରା ବଜାରରେ ତେଲର ଦର ବଢାଯାଇନଥିଲା । ତେବେ ୟୁକ୍ରେନ-ଋଷ ଯୁଦ୍ଧ ଯୋଗୁ ତେଲ ବୃଦ୍ଧି ପାଉଛି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।
Get real time updates directly on you device, subscribe now.

Prev Post