ଆଜି ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର । ଲଗାତର ୧୫ ଦିନରେ ୧୩ ଥର ପେଟ୍ରୋଲ ଡିଜେଲ ଦର ବୃଦ୍ଧି ପାଇଥିବା ବେଳେ ରାଜଧାନୀ ଦିଲ୍ଲୀରେ ଉଭୟ ପେଟ୍ରୋଲ ଓ ଡିଜେଲ ଦର ୮୦ ପଇସା ଲେଖାଏଁ ବୃଦ୍ଧି ପାଇଛି । ଦିଲ୍ଲୀରେ ପେଟ୍ରୋଲ ଲିଟର ପ୍ରତି ୧୦୪.୬୧ ପଇସା ରହିଛି । ଡିଜେଲ ମଧ୍ୟ ୮୦ ପଇସା ବଢ଼ି ୯୫. ୮୭ ପଇସା ହୋଇଛି ।
ସେହିପରି ମୁମ୍ବାଇରେ ମଧ୍ୟ ଆଜି ପେଟ୍ରୋଲ ଲିଟର ପ୍ରତି ୮୪ ପଇସା ଓ ଡିଜେଲ ୮୫ ପଇସା ବୃଦ୍ଧି କରାଯାଇଛି । ଭୁବନେଶ୍ୱରରେ ଲିଟର ପିଛା ୮୫ ପଇସା ବୃଦ୍ଧି ହୋଇଛି । ଏବେ ପେଟ୍ରୋଲ ଦର ୧୧୧ ଟଙ୍କା ୬୪ ପଇସା ଓ ଡିଜେଲ ଦର ୧୦୧ ଟଙ୍କା ୩୯ ପଇସାରେ ପହଞ୍ଚିଛି ।
ଗତ ୨୧ ତରିଖରେ ପେଟ୍ରୋଲ ଲିଟର ପିଛା ୧୦୧ଟଙ୍କା ୮୦ପଇସା ଓ ଡିଜେଲ ଦର ୯୧ ଟଙ୍କା ୬୨ ପଇସା ଥିଲା । ହେଲେ ଏବେ ପେଟ୍ରୋଲ ଦର ୧୧୧ ଟଙ୍କା ୬୪ ପଇସା ଓ ଡିଜେଲ ଦର ୧୦୧ ଟଙ୍କା ୩୯ ପଇସାରେ ପହଞ୍ଚିଛି ।
Get real time updates directly on you device, subscribe now.

Prev Post
Next Post