ତୈଳ ଦର ବୃଦ୍ଧିରେ ଲାଗୁନି ବ୍ରେକ୍। ଆଜି ପୁଣି ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ପାଇଛି। ଉଭୟ ଲିଟର ପିଛା ୮୦ ପଇସା ବୃଦ୍ଧି ପାଇଛି। ଏହାକୁ ମିଶାଇ ଗତ ୧୨ ଦିନ ମଧ୍ୟରେ ଲିଟର ପିଛି ୭.୨୦ଟଙ୍କା ବୃଦ୍ଧି ପାଇଲାଣି।ଭୁବନଶ୍ୱରରେ ପେଟ୍ରୋଲ ଦର ଲିଟର ପିଛା ୧୦୯ ଟଙ୍କା ୫୦ ପଇସାର ଏବଂ ଡିଜେଲ ଦର ୯୯ ଟଙ୍କା ୨୭ ପଇସାରେ ପହଞ୍ଚଛି ।
୩୧ ତାରିଖରେ ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୮ ଟଙ୍କା ୬୫ ଏବଂ ଡିଜେଲ ଦର ୯୮ ଟଙ୍କା ୪୨ ପଇସା ରହିଥିଲା ।ଦିଲ୍ଲୀରେ ପେଟ୍ରୋଲ ଲିଟର ପ୍ରତି ୧୦୨.୬୧ ଟଙ୍କା ଥିବା ବେଳେ ପୂର୍ବ ଦର ୧୦୧.୮୧ ଥିଲା। ସେହିପରି ଡିଜେଲ ଦର ୯୩.୦୭ ଟଙ୍କାରୁ ବୃଦ୍ଧି ପାଇ ୯୩.୮୭ ଟଙ୍କା ହୋଇଛି।
ମାର୍ଚ୍ଚ ୨୨ ପରଠାରୁ ୧୦ଥର ତୈଳ ବୃଦ୍ଧି ହେଲାଣି। ୫ ରାଜ୍ୟରେ ନିର୍ବାଚନ ସରିବା ପରେ ଘନ ଘନ ଦର ବୃଦ୍ଧି ହେଉଛି। ତୈଳ ଠାରୁ ଆରମ୍ଭ କରି ଗ୍ୟାସ୍ ପର୍ୟ୍ୟନ୍ତ ଦର ବୃଦ୍ଧି ହେଉଛି। ଯାହା ସାଧାରଣ ଲୋକଙ୍କ ପାଇଁ ଅସହ୍ୟ ହୋଇଛି।