THE BYAPINI

ଟୋକିଓ ଅଲିମ୍ପିକ୍ସ: ହକିରେ ଭାରତର ଦମଦାର ବିଜୟ

Get real time updates directly on you device, subscribe now.

ଟୋକିଓ ଅଲିମ୍ପିକ୍ସରେ ପୁରୁଷ ହିକରେ ବିଜୟରୁ ଭାରତ ଅଭିଯାନ ଆରମ୍ଭ ହୋଇଛି । ଆଜି ପ୍ରଥମ ମୁକାବିଲାରେ ଭାରତର ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଛି । ନ୍ୟୁଜଲାଣ୍ଡକୁ ୩-୨ରେ ପରାସ୍ତ କରିଛି ଭାରତ । ଭାରତର ବିଜୟ ହିରୋ ଥିଲେ ହରମନପ୍ରୀତ ସିଂହ । ସେ ଦୁଇଟି ଗୋଲ ଦେଇଛନ୍ତି । ରୁପିନ୍ଦର ପାଲ ସିଂହ ଆଉ ଏକ ଗୋଲ ଦେଇଥିଲେ ।
ପ୍ରଥମ କ୍ୱାଟରରୁ ହିଁ ଭଲ ପ୍ରଦର୍ଶନ କରିଛି ଭାରତ । ପ୍ରଥମ କ୍ୱାଟର ଶେଷ ବେଳକୁ ଭାରତ ପ୍ରଥମେ ପଛୁଆ ଥିଲା । ଏହା ପରେ ୧-୧ରେ ବରାବର କରିଥିଲା । ଦ୍ୱିତୀୟ କ୍ୱାଟରରେ ଆଉ ଏକ ଗୋଲ ଦେଇଥିଲା ଭାରତ । ତୃତୀୟ କ୍ୱାଟର ଆରମ୍ଭରୁ ହରମନପ୍ରୀତ ପେନାଲଟିର ଫାଇଦା ଉଠାଇ ଆଉ ଏକ ଗୋଲ ଦେଇ ଭାରତକୁ ୩-୧ରେ ଆଗୁଆ କରିଥିଲେ । ହେଲେ ତୃତୀୟ କ୍ୱାଟର ଶେଷ ବେଳକୁ ପ୍ରଥମ ଫିଲ୍ମ ଗୋଲ କରି ଆଉ ଏକ ଗୋଲ ଦେଇଥିଲା ନ୍ୟୁଜଲାଣ୍ଡ । ଫଳରେ ମ୍ୟାଚ ୩-୨ ସ୍ତରକୁ ଆସିଥିଲା । ଶେଷ କ୍ୱାଟର ସୁଦ୍ଧା ଭାରତ ୩-୨ରେ ଆଗୁଆ ରହି ରୋମାଚଂକର ବିଜୟ ହାସଲ କରିଥିଲା ।

Get real time updates directly on you device, subscribe now.

Leave A Reply

Your email address will not be published.