ଶେଷ ନିଦ୍ରାରେ ସ୍ୱାମୀ ଓମ ବାବା
ପରପାରିରେ ବିବାଦୀୟ ବାବା ସ୍ୱାମୀ ଓମ । ୬୩ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗକଲେ ସ୍ୱାମୀ ଓମ୍ ବାବା । ବିଗ୍ ବସ-୧୦ର ବିବାଦୀୟ ପ୍ରତିଯୋଗୀ ଥିବା ସ୍ୱାମୀ ଓମଙ୍କର ଦେହାନ୍ତ ହୋଇଛି। କିଛି ଦିନ ହେଲା ଅସୁସ୍ଥ ଥିଲେ ଓମ । ପ୍ରାୟ ୨ମାସ ପୂର୍ବେ ସେ କରୋନା ଆକ୍ରାନ୍ତ ହୋଇଥିଲେ, ପରେ ତାଙ୍କୁ ଦିଲ୍ଲୀର ଏମ୍ସରେ ଭର୍ତ୍ତି କରାଯାଇଥିଲା, ସୁସ୍ଥ ହେବା ପରେ ଘରକୁ ଫେରିଥିଲେ, କିନ୍ତୁ ଶାରୀରିକ ଦୁର୍ବଳତା ଏବଂ ଅନ୍ୟ ରୋଗ ହେତୁ ଆଜି ତାଙ୍କର ଦେହାନ୍ତ ହୋଇଛି।
ବିବାଦୀୟ ବିବୃତି ପାଇଁ ଅନେକ ସମୟରେ ତାଙ୍କୁ ଲୋକେ ସମାଲୋଚନା କରିବା ସହ ସୋ’ର ଉପସ୍ଥାପକ ତଥା ବଲିଉଡ ଅଭିନେତା ସଲମାନ ଖାନ ତାଙ୍କୁ ଅନେକ ସମୟରେ ତାଗିଦ କରିଥିବା ଦେଖାଯାଇଥିଲା। ବିଗ୍ ବସ୍-୧୦ ରେ ଥିବା ତାଙ୍କ ସହ-ପ୍ରତିଯୋଗୀ ବାନି ଜେଙ୍କ ଉପରକୁ ସେ ପରିସ୍ରା ଫିଙ୍ଗିଥିଲେ ଯାହା ଚର୍ଚ୍ଚା ସୃଷ୍ଟି କରିଥିଲା । ସ୍ୱାମୀ ଓମ୍ ଦିଲ୍ଲୀର ଅଙ୍କୁର ବିହାର ରୋହିଣୀ ଅଞ୍ଚଳରେ ରହୁଥିଲେ। ମୃତ୍ୟୁ ପରେ ନିଗମ ବୋଧ ଘାଟରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି।