THE BYAPINI

ସଟଡାଉନ ସମୟରେ ଘଂଟାଏ କୋହଳ

Get real time updates directly on you device, subscribe now.

ଆସନ୍ତାକାଲିଠୁ ରାଜ୍ୟର ସବୁ ଜିଲ୍ଲାର ସମସ୍ତ ସହରାଞ୍ଚଳରେ ସପ୍ତାହାନ୍ତ ସଟ୍‌ଡାଉନ୍‌ ଆରମ୍ଭ ହେବ । ଶନିବାର ସକାଳୁ ସୋମବାର ସକାଳ ପର୍ୟ୍ୟନ୍ତ ସହରରେ ସଟଡାଉନ କରାଯିବ ।ତେବେ ସଟଡାଉନ ସମୟରେ ୧ ଘଣ୍ଟା ପାଇଁ କଟକଣାରେ କୋହଳ ନେଇ ନିଆଯାଇଛି ନିଷ୍ପତ୍ତି । ଶନିବାର ଓ ରବିବାର ସକାଳେ ୧ ଘଣ୍ଟା ପର୍ୟ୍ୟନ୍ତ କଟକଣା କୋହଳ କରାଯିବ । ତେବେ ଏହି ସମୟରେ କେବଳ ମର୍ଣ୍ଣିଂ ୱାର୍କ, ଜଗିଂ ଓ ସାଇକେଲିଂ କରିପାରିବେ ଲୋକେ । ଏନେଇ ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା ।

ସପ୍ତାହନ୍ତ ସଟଡାଉନର ସମୟକୁ ନେଇ ଦ୍ୱନ୍ଦ୍ୱ ଉପୁଜୁଥିବା ବେଳେ ଏହା ବାବଦରେ ସମସ୍ତ ସୂଚନା ଦେଇଛନ୍ତି ସ୍ବତନ୍ତ୍ର ରିଲିଫ୍ କମିସନର। ଆଜି ରାତିରୁ ଆରମ୍ଭ ହେବାକୁ ଥିବା ନାଇଟକର୍ଫ୍ୟୁ ଶନିବାର ସକାଳ ୫ଟା ପର୍ୟ୍ୟନ୍ତ ବଳବତ୍ତର ରହିବ। ଶନିବାର ସକାଳ ଠାରୁ ଆରମ୍ଭ ହେବ ସପ୍ତାହାନ୍ତ ସଟଡାଉନ। ଆଉ ଏହା ସୋମବାର ସକାଳ ୫ଟା ପର୍ୟ୍ୟନ୍ତ ଜାରି ରହିବ। ଆଉ ଏହି ସମୟରେ ଅତ୍ୟାବଶ୍ୟକ ସେବାକୁ ଛାଡ଼ିଦେଲେ ସମସ୍ତ ପ୍ରକାର ସେବା ବନ୍ଦ ରହିବ।ତେବେ ସଟଡାଉନ ସମୟରେ କ୍ଷୀର, ପେଟ୍ରୋଲ ପମ୍ପ , ଡାକ୍ତରକଖାନା ଓ ମେଡିସିନ୍ ଦୋକାନ ଆଦି ଖୋଲା ରହିବ ।

ସେହିଭଳି ପଶ୍ଚିମବଙ୍ଗରୁ ଆସୁଥିବା ସମସ୍ତ ବ୍ୟକ୍ତିଙ୍କ ପାଇଁ କ୍ୱାରେଣ୍ଟାଇନ ବାଧ୍ୟତାମୂଳକ ବୋଲି କହିଛନ୍ତି ଏସଆରସି । ଏନେଇ ଗତକାଲି ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି । ନେଗେଟିଭ ରିପୋର୍ଟ ବା ୨ ଡୋଜ୍ ଟିକା ଥିଲେ ହୋମ୍ କ୍ୱାରେଣ୍ଟିନ୍‌ରେ ରହିବେ। ରିପୋର୍ଟ ବା ଟିକା ନେଇନଥିଲେ ଇନଷ୍ଟିଚ୍ୟୁସ୍‌ନାଲ୍‌ କ୍ୱାରେଣ୍ଟିନରେ ରହିବେ। ଯେଉଁମାନେ ହୋମ୍ କ୍ୱାରେଣ୍ଟିନ୍‌ ନିୟମ ଭାଙ୍ଗିବେ ଇନଷ୍ଟିଚ୍ୟୁସ୍‌ନାଲ୍ କ୍ୱାରେଣ୍ଟିନ୍‌ରେ ରହିବେ।

Get real time updates directly on you device, subscribe now.

Leave A Reply

Your email address will not be published.