THE BYAPINI

ବିଜେପିର ବିଜୁ ପକ୍କାଘର, କଂଗ୍ରେସର ବିଜୁଳି

Get real time updates directly on you device, subscribe now.

ବିଧାନସଭାରେ ବିଜେପିର ବିଜୁ ପକ୍କାଘର, କଂଗ୍ରେସର ବିଜୁଳି ଦରବୃଦ୍ଧି ପ୍ରତିବାଦ । ବିଧାନସଭା ଗୃହ କାର୍ୟ୍ୟ ଆଜି ଆରମ୍ଭରୁ ଅଚଳ ହୋଇଯାଇଛି । ଗୋଟିଏ ପଟେ ବିଜେପି ବିଧାୟକମାନେ ବିଜୁ ପକ୍କା ଘର ଲୋଗୋକୁ ବିରୋଧ କରି ହଙ୍ଗାମା କରିଛନ୍ତି । ସେହପିରି ବିଦ୍ୟୁତ ଶୁଳ୍କ ବୃଦ୍ଧିକୁ ବିରୋଧ କରି ଗୃହର ମଧ୍ୟ ଭାଗରେ କଂଗ୍ରେସ ସଦସ୍ୟ ହଟ୍ଟଗୋଳ କରିଛନ୍ତି । ଗୃହ ଆରମ୍ଭରୁ ବିରୋଧୀଙ୍କ ହୋହଲ୍ଲା ଦେଖିବାକୁ ମିଳିଛି ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମାଣ ହେଉଥିବା ପକ୍କା ଘରେ ବିଜୁ ପକ୍କା ଘର ଲୋଗୋ ବ୍ୟବହାର ନକରିବାକୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ପରେ ଏହାକୁ ପ୍ରସଙ୍ଗ କରି ବିଧାନସଭାରେ ସରକାରଙ୍କୁ ଘେରିଛି ବିଜେପି ।ବିଜୁ ପକ୍କା ଘର ଲୋଗୋ ବ୍ୟବହାର କରି ରାଜ୍ୟ ସରକାର କେନ୍ଦ୍ରୀୟ ଯୋଜନାକୁ ହାଇଜାକ କରୁଥିବା ଅଭିଯୋଗ ବାଢିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ।

ଅନ୍ୟପକ୍ଷରେ କଂଗ୍ରେସ ସଦସ୍ୟମାନେ ବିଦ୍ୟୁତ ଶୁଳ୍କରେ ୟୁନିଟ ପିଛା ୩୦ ପଇସା ବୃଦ୍ଧିକୁ ବିରୋଧ କରି ନାରାବାଜି କରିଛନ୍ତି । ଘରୋଇ ଉପଭୋକ୍ତାମାନଙ୍କୁ ଏଣିକି ସମସ୍ତ ସ୍ଲାବରେ ୩୦ ପଇସା ଅଧିକ ବିଜୁଳି ବିଲ୍ ଦେବାକୁ ପଡିବ । ଦରବୃଦ୍ଧି ପାଇଁ ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗ ବା ଓଇଆରସି ନିଷ୍ପତି ନେଇଛି । ଏହା ଏପ୍ରିଲ ୪ରୁ ଲାଗୁହେବ । ତେବେ ଏହାକୁ ବିରୋଧ କରି କଂଗ୍ରେସ ବିଧାୟକମାନେ ସରକାରଙ୍କୁ ଘେରିଛନ୍ତି । ଗୃହ ଆରମ୍ଭରୁ ବିରୋଧୀ ହୋହାଲ୍ଲା କରି ଶାସକ ଦଳକୁ ଘେରିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.