THE BYAPINI

ତୃତୀୟ ଥର ପାଇଁ ଦୈନିକ ଟିକାକରଣ ଟପିଲା କୋଟିଏ

Get real time updates directly on you device, subscribe now.

ଟିକାକରଣରେ ନୂଆ ରେକର୍ଡ । ୧୧ ଦିନରେ ତୃତୀୟ ଥର ପାଇଁ ଦୈନିକ ଟିକାକରଣ ଟପିଲା କୋଟିଏ । ସୋମବାର ଦେଶରେ ୧ କୋଟି ୫ଲକ୍ଷରୁ ଅଧିକ ଡୋଜ ଟିକାକରଣ କରାଯାଇଛି । ଟୁଇଟ କରି ଏହି ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ । ଲେଖିଛନ୍ତି ସେପ୍ଟେମ୍ବର ମାସରେ ଅଦ୍ଭୂତପୂର୍ବ ଦ୍ରୁତ ଟିକାକରଣ ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶରେ ଚାଲିଥିବା ବିଶ୍ୱର ସବୁଠୁ ବଡ ଟିକାକରଣ କାର୍ୟ୍ୟକ୍ରମ ଶିଖରକୁ ଛୁଇଁଛି ।
ଗତକାଲି ସୁଦ୍ଧା ୬୯ କୋଟି ୬୮ ଲକ୍ଷ ଡୋଜ ଟିକାକରଣ ହୋଇଛି । ଏପର୍ୟ୍ୟନ୍ତ ୫୩ କୋଟି ୨୯ ଲକ୍ଷ ୨୭ ହଜାର ୨୦୧ ଜଣ ପ୍ରଥମ ଡୋଜ ଟିକା ନେଇଛନ୍ତି । ଆଉ କରୋନା ଟିକାର ଦୁଇଟି ଡୋଜ ନେଇସାରିଥିବା ଲୋକଙ୍କୁ ସଂଖ୍ୟା ହେଉଛି, ୧୬ କୋଟି ୩୯ ଲକ୍ଷ ୬୯ ହଜାର ୧୨୭ ଜଣ । ସେହିପରି ୧୮ରୁ ୪୪ ବର୍ଷ ବୟସ୍କ ବ୍ୟକ୍ତି କରୋନା ଟିକାର ପ୍ରଥମ ଡୋଜ ନେଇଛନ୍ତି ୨୭ କୋଟି ୬୪ ଲକ୍ଷ ୧୦ ହଜାର ୬୯୪ ଏବଂ ଦୁଇଟି ଡୋଜ ନେଇଥିବା ୧୮ରୁ ୪୪ ବର୍ଷ ବୟସ୍କ ବ୍ୟକ୍ତିଙ୍କ ସଂଖ୍ୟା ହେଉଛି ୩ କୋଟି ୫୭ ଲକ୍ଷ ୭୬ ହଜାର ୭୨୬ ।

Get real time updates directly on you device, subscribe now.

Leave A Reply

Your email address will not be published.