ଅସମ୍ଭାଳ ସ୍ଥିତି
ଦେଶରେ ଅସମ୍ଭାଳ ହେଉଛି ସ୍ଥିତି । ଦିନକୁ ଦିନ ବଢ଼ି ଚାଲିଛି କରୋନା ସଂକ୍ରମଣ। ଦୈିନିକ ସଂକ୍ରମଣ ଦୁଇ ଲକ୍ଷ ମୁହାଁ ହୋଇଛି । ଏପ୍ରିଲ ୫ ତାରିଖରେ ପ୍ରଥମଥର ଦେଶରେ ୧ ଲକ୍ଷରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏହାପରେ ୭ ତାରିଖରୁ କ୍ରମାଗତ ୧ ଲକ୍ଷରୁ ଅଧିକ ଦୈନିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ସାରା ଦେଶରେ ବେକାକୁ ହେଉଛି କରୋନା ମହାମାରୀ ।
ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧ ଲକ୍ଷ ୮୪ ହଜାର ୩୭୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ଗୋଟିଏ ଦିନରେ କରୋନାରେ ପ୍ରାଣ ହରାଇଛନ୍ତି ୧ ହଜାର ୨୭ ଜଣ ।ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୩୮ ଲକ୍ଷ ୭୩ ହଜାର ୮୨୫ରେ ପହଞ୍ଚିଛି । ଗତ ପ୍ରାୟ ୬ ମାସ ପରେ ପ୍ରଥମ ଥର ପାଇଁ ଆଜି ଦୈନିକ ମୃତ୍ୟୁ ସଂଖ୍ୟା ୧୦୦୦ ଡେଇଁଛି। ଗତ ୨୪ ଘଂଟାରେ ୮୨ ହଜାର ୩୩୯ ଜଣ କରୋନାରୁ ସୁସ୍ଥ ହେବା ଫଳରେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୬୫ ହଜାର ୭୦୪ରେ ପହଂଚିଛି ।
orona-incresesକରୋନାର ସଂକ୍ରମଣ ରୋକିବାକୁ ଟିକାକରଣକୁ ଜୋରଦାର କରାଯାଇଛି । ଏଯାବତ ୧୧ କୋଟି ୧୧ ଲକ୍ଷ ୭୯ ହଜାର ୫୭୮ ଡୋଜ୍ ଟିକାକରଣ ହୋଇଛି। ମହାରାଷ୍ଟ୍ରରେ ଏଯାବତ ୫୩.୨ ଲକ୍ଷ ଲୋକ କରୋନାରେ ଆକ୍ରାନ୍ତ ହୋଇସାରିଥିବା ବେଳେ କେରଳରେ ୧୧.୮ ଲକ୍ଷ, କର୍ଣ୍ଣାଟକାରେ ୯.୯ ଲକ୍ଷ, ଆନ୍ଧ୍ରପ୍ରଦେଶରେ ୮.୮ ଲକ୍ଷ ଓ ତାମିଲନାଡୁରେ ୯.୫ ଲକ୍ଷ ଆକ୍ରାନ୍ତ ହୋଇଛନ୍ତି। ସେହିପରି ଦିଲ୍ଲୀରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭.୫ ଲକ୍ଷ ଅତିକ୍ରମ କରିଯାଇଛି।