ଟ୍ୱିନସିଟିରେ ଗୋଷ୍ଠୀ ସଂକ୍ରମଣ!
ରାଜ୍ୟରେ ସଂକ୍ରମଣ ବଢ଼ିଥିବା ବେଳେ ଚିନ୍ତା ବଢାଇଛି ଟ୍ୱିନସିଟି । କଟକ, ଭୁବନେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିବାରେ ଲାଗିଛି । ତେବେ ଭୁବନେଶ୍ୱର ଓ କଟକରେ ଗୋଷ୍ଠୀ ସଂକ୍ରମଣ ପରିସ୍ଥିତି ଉପୁଜିଲାଣି । ଯେହେତୁ ଏଠି ପ୍ରବାସୀ ଅଧିକ, ତେଣୁ ସଂକ୍ରମଣ ବଢୁଛି ବୋଲି କହିଛନ୍ତି ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ବିଜୟ ମହାପାତ୍ର ।
ରାଜ୍ୟରେ ସବୁଠୁ ଅଧିକ ଆକ୍ରାନ୍ତ ଖୋର୍ଦ୍ଧାରୁ ଚିହ୍ନଟ ହେଉଥିବା ବେଳେ ସେଥିମଧ୍ୟରୁ ଅଧିକାଂଶ ଆକ୍ରାନ୍ତ ଭୁବନେଶ୍ୱରର । ଗତ ୨୪ ଘଂଟାରେ ଖୋର୍ଦ୍ଧାରୁ ୧୮୪୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେଥିରୁ ଭୁବନେଶ୍ୱରରୁ ଅଛନ୍ତି ହଜାରେ ଉପରେ । ଯାହା ଫଳରେ ପୁଣି ବିଏମସି ଅଧିକ ସଂକ୍ରମିତ ଚିହ୍ନଟ ହେଉଥିବା ଅଂଚଳକୁ କଂଟେନମେଂଟ ଜୋନ କରିବ ବୋଲି କହିଛନ୍ତି ।ସେହିପରି କଟକରୁ ମଧ୍ୟ ୪୯୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହା ଚିନ୍ତାଜନକ । ନାଇଟ କର୍ଫ୍ୟୁ, ସପ୍ତାହାନ୍ତ ସଟଡାଉନ ପରେ ବି ସଂକ୍ରମଣ ବେକାବୁ ହେବାରେ ଲାଗିଛି ।
କଟକ, ଭୁବନେଶ୍ୱରରେ ଆହୁରି ସଂକ୍ରମଣ ବଢିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ଯେହେତୁ ଏଠି ପ୍ରବାସୀ ଅଧିକ, ତେଣୁ ସଂକ୍ରମଣ ବଢୁଛି ବୋଲି କହିଛନ୍ତି ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ବିଜୟ ମହାପାତ୍ର ।ଜଣେ ଲୋକ ଏକାଧିକ ଲୋକଙ୍କୁ ସଂକ୍ରମିତ କରିପାରେ । ବିଗତ ୨୪ ଘଣ୍ଟାରେ ୮ ହଜାର ସଂକ୍ରମଣ ସଂକ୍ରମିତ ହୋଇଥିବା ବେଳେ କାଲି କି ସଂକ୍ରମଣ କମିପାରେ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ।ସଂକ୍ରମଣକୁ ଦେଖି ବେଡ୍ ବ୍ୟବସ୍ଥା ହେଉଛି । ଏବେ ପର୍ୟ୍ୟାପ୍ତ ବେଡ୍ ଅଛି । ପଶ୍ଚିମ ଓଡ଼ିଶାରେ ଅଧିକ ରୋଗୀ ଭର୍ତ୍ତି ହେଉଛନ୍ତି । ଯେଉଁଠି ଆବିଶ୍ୟକ, ସେଠାରେ ବେଡ୍ ସଂଖ୍ୟା ବଢାଯାଉଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ବିଜୟ ମହାପାତ୍ର ।