ଭୟ ବଢାଉଛି ଭାଇରସ
ଦେଶରେ କରୋନା ସଂକ୍ରମଣ ୫୦ ହଜାର ଟପିଥିବା ବେଳେ ରାଜ୍ୟରେ ମଧ୍ୟ ସ୍ଥିତି ଖରାପ ହେବାରେ ଲାଗିଛି । ସପ୍ତାହକ ମଧ୍ୟରେ ଶହେ ତଳେ ଥିବା ସଂକ୍ରମଣ ଏବେ ୨୦୦ ଟପିଛି । ଯାହା ସରକାରଙ୍କ ନିଦ ହଜାଇଦେଇଛି । ମାଲକାନଗିରି ଓ ନବରଙ୍ଗପୁରରେ ନାଇଟ କର୍ଫୁ ଜାରି ହୋଇଥିବା ବେଳେ କଟକଣା କଡାକଡି କରିବାକୁ କୁହାଯାଇଛି ।
ରାଜ୍ୟରେ ସଂକ୍ରମଣ ସଂଖ୍ୟାରେ ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି । ଗତ ୨୪ ୪ଘଂଟାରେ ରାଜ୍ୟରେ ୨୧୪ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି । କ୍ବାରେଣ୍ଟାଇନ ସେଣ୍ଟରରୁ ୧୨୬ ଜଣଙ୍କୁ ଚିହ୍ନଟ କରାଯାଇଥିବାବେଳେ ଲୋକାଲ କଣ୍ଟ୍ରାକ୍ଟ ୮୮ ଚିହ୍ନଟ କରାଯାଇଛି । ସେଥିମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୩୩ ଜଣ ଚିହ୍ନଟ ହୋଇଛନ୍ତି ।
ଆଜିର ସଂଖ୍ୟାକୁ ମିଶାଇବା ପରେ ରାଜ୍ୟରେ ଆକ୍ରାନ୍ତ ସଂଖ୍ୟା ୩ ଲକ୍ଷ ୩୯ ହଜାର ୪୬୦କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଆକ୍ଟିଭ କେସ୍ ୧୧୫୧ ଥିବାବେଳେ ସୁସ୍ଥ ହେଲେଣି ୩ ଲକ୍ଷ ୩୬ ହଜାର ୩୩୭ ଆକ୍ରାନ୍ତ।
ସେହିପରି ସୁନ୍ଦରଗଡ଼ରୁ ୨୭, ବଲାଙ୍ଗିର ଓ କଟକରୁ ୨୦ ଲେଖାଏଁ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ବରଗଡ଼ରୁ ୧୩ ଓ ବାଲେଶ୍ୱରରୁ ୧୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଢେଙ୍କାନାଳ, କୋରାପୁଟ, ସମ୍ବଲପୁରରୁ ୧୦ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି।