THE BYAPINI

‘ଡିଏଫଓଙ୍କୁ ସରକାର ଘଣ୍ଟ ଘୋଡାଉଛନ୍ତି’

Get real time updates directly on you device, subscribe now.

ବିଧାନସଭାରେ ଉଠିଲା ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ପ୍ରସଙ୍ଗ। ଗୃହରେ ଅସନ୍ତୋଷ ପ୍ରକାଶ କରିଛନ୍ତି ପାରଳାଖେମୁଣ୍ଡି ବିଧାୟକ ନାରାୟଣ ରାଓ। ମାମଲାରେ ପ୍ରଥମେ ପୋଲିସ୍ ଓ ପରେ କ୍ରାଇମବ୍ରାଞ୍ଚ ତଦନ୍ତ କରିଛି। ହେଲେ ତଥାପି କୌଣସି ନିଷ୍କର୍ସରେ ପହଞ୍ଚି ପାରିନି ତଦନ୍ତକାରୀ ସଂସ୍ଥା ।
ଗଜପତି ଜିଲ୍ଳା ଏକ ଶାନ୍ତିପ୍ରିୟ ଜିଲ୍ଲା। ମାତ୍ର ଜିଲ୍ଲା ଏବେ ଉଠୁଛି ପଡୁଛି। ଏସି ଏଫ ଙ୍କ ମୃତ୍ୟୁ ପରେ ଡିଏଫଓ, ଏସିଏଫ ଙ୍କ ପତ୍ନୀ ଓ ତାଙ୍କ ରୋଷେୟା ନାଁ ରେ ଏତଲା ହୋଇଥିଲା। ଏ ନେଇ ଗଜପତି ପୋଲିସ ମାସେ ଓ କ୍ରାଇମବ୍ରାଞ୍ଚ ୧୫ ଦିନ ହେବ ତଦନ୍ତ କରୁଥିଲେ ବି ଏହାଇ କୌଣସି ଦିଗ ବହାରିପାରୁନି। ପୋଲିସ ଓ କ୍ରାଇମବ୍ରାଞ୍ଚ ଏତଲାରେ ନାଁ ଥିବା ତିନି ଜଣଙ୍କୁ ପୋଲିସ ଷ୍ଟେସନ ନ ଡାକି ତାଙ୍କ ଘରେ କାହିଁକି ଜେରା କରୁଛି ବୋଲି ପ୍ରଶ୍ନ କରିଛନ୍ତି ପାରଳାଖେମୁଣ୍ଡି ବିଧାୟକ ନାରାୟଣ ରାଓ ।
ରକ୍ତ ଚନ୍ଦନ କାଠ ବାହାର ରାଜ୍ୟକୁ ଚାଲାଣ ହେଉଥିବା ଅଭିଯୋଗ ହୋଇଛି। ମାଡ୍ରାସ ଆନ୍ଧ୍ରପ୍ରଦେଶ ଓ ହାଇଦ୍ରାବାଦ କୁ ଏ କାଠ ସବୁ ଚାଲାଣ ହେଉଛି। ଯେତେବେଳେ ଜଙ୍ଗଲରୁ ଛୋଟ ଜିନିଷ ଟି ଚୋରି ହେଉଛି ଲୋକଙ୍କ ଉପରେ ଅତ୍ୟାଚାର କରହେଉଛି। ମାତ୍ର ରକ୍ତ ଚନ୍ଦନ କାଠ ଚୋରି ହେଉଛି ତାହା କଣ ଡିଏଫଓ ଜାଣିପାରୁ ନାହାନ୍ତି। ଏ ଘଟଣାରୁ ଲାଗୁଚି ସରକାର ଡିଏଫଓ ଙ୍କୁ ସୁରକ୍ଷା ଦେଉଛନ୍ତି। କାହିଁକି ତାଙ୍କୁ ବଦଳି କରାଯାଉନି। ସ୍ଥାନୀୟ ଲୋକେ ତାତିଲେଣି। ସତ କଣ ସାମ୍ନା କୁ ଆସୁ ବୋଲି ପାରଳାଖେମୁଣ୍ଡି ବିଧାୟକ ଗୃହରେ ଦାବି କରିଛନ୍ତି। ।

Get real time updates directly on you device, subscribe now.

Leave A Reply

Your email address will not be published.