THE BYAPINI

ସାମ୍ବାଦିକଙ୍କ ପାଇଁ ଖୋଲିବ ଲୋକସେବା ଭବନ

Get real time updates directly on you device, subscribe now.

ସାମ୍ବାଦିକଙ୍କ ପାଇଁ ଖୋଲିବ ଲୋକସେବା ଭବନ । ଆସନ୍ତା ଏପ୍ରିଲ ୧୮ ତାରିଖରୁ ସାମ୍ବାଦିକ ଓ ସାଧାରଣ ଲୋକମାନେ ଲୋକସେବା ଭବନ ଯାଇପାରିବେ । କେବଳ ପାସ୍ ଥିବା ସାମ୍ବାଦିକ ମାନଙ୍କୁ ଲୋକସେବା ଭବନକୁ ପ୍ରବେଶ ଅନୁମତି ମିଳିବ । ଲୋକସେବା ଭବନ ବ୍ୟତୀତ ରାଜୀବ ଭବନ ଓ ଖାରବେଳ ଭବନ ମଧ୍ୟ ଯାଇପାରିବେ ସାମ୍ବାଦିକ ଓ ସାଧାରଣ ଲୋକ । ସାଧାରଣ ଲୋକ ମଧ୍ୟ ଅନଲାଇନରେ ପାସ୍ କରି ଲୋକସେବା ଭବନ, ରାଜୀବ ଭବନ ଓ ଖାରବେଳ ଭବନ ଯାଇପାରିବେ । ଆଉ ଏଥିପାଇଁ ପ୍ରଥମେ ଇ-ପ୍ରବେଶ ମୋବାଇଲ ଆପରେ ପାସ୍ ପାଇଁ ଆବେଦନ କରିବେ ସାଧାରଣ ଲୋକେ । ମହାମାରୀ କରୋନା ପାଇଁ ଦୀର୍ଘ ୨ ବର୍ଷ ହେବ ସାମ୍ବାଦିକ ଓ ସାଧାରଣ ଲୋକଙ୍କ ପାଇଁ ଲୋକସେବା ଭବନ ବନ୍ଦ ରହିଥିଲା । ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଥିଲା । କିନ୍ତୁ ଏବେ କରୋନା ସଂକ୍ରମଣ କମିବା ପରେ କଟକଣାକୁ କୋହଳ କରିଛନ୍ତି ସରକାର ।

Get real time updates directly on you device, subscribe now.

Leave A Reply

Your email address will not be published.