THE BYAPINI

ଆଜିଠୁ ଜୋରଦାର ଧରପଗଡ଼

Get real time updates directly on you device, subscribe now.

ରାଜ୍ୟରେ ପୁଣି କରୋନା ସଂକ୍ରମଣ ବଢୁଥିବାରୁ କଟକଣା କଡ଼ାକଡି କରିବାକୁ କୁହାଯାଇଛି । ଆଗକୁ ଯେପରି ସ୍ଥିତି ଖରାପ ନହୁଏ ସେଥିପାଇଁ ସତର୍କ ରହିବାକୁ କୁହାଯାଇଛି । ରାଜଧାନୀର ଆଜିଠୁ ଜନଗହଳି ପୂର୍ଣ୍ଣ ସ୍ଥାନରେ ଜୋରଦାର ହେବ ଧରପଗଡ । ବିଏମ୍ସିର ସ୍ୱତନ୍ତ୍ର ଟିମ୍ କୋଭିଡ୍ ନିୟମ ପାଳନ ହେଉଛି କି ନାହିଁ ତାହାର ଏହି ଏନଫୋର୍ସମେଂଟ୍‌ ଟିମ ତଦାରଖ କରିବ ବୋଲି ସୂଚନା ଦେଇଛନ୍ତି ବିଏମସି କମିଶନର।

ଆଜିଠୁ ଭୁବନେଶ୍ୱରର ମାର୍କେଟ ଓ ଜନଗହଳିପୂର୍ଣ୍ଣ ସ୍ଥାନରେ ବିଏମସି ଚଢାଉ କରିବ। ବିଶେଷ କରି ରେଳ ଷ୍ଟେସନରେ ଯାତ୍ରୀଙ୍କ ଭିଡ଼ ଅଧିକ ହେଉଥିବାରୁ ସେଠାରେ ଟିମ ସଂଖ୍ୟା ଅଧିକ କରି ଟେଷ୍ଟିଂ କରାଯିବ ବୋଲି ସୂଚନା ମିଳିଛି। ରାଣ୍ଡମ ଚେକିଂ ଓ ଟେଷ୍ଟିଂ କରାଯିବ ବୋଲି ଜଣାଯାଇଛି। ଢଓଗଈରେ କରୋନା ପଜିଟିଭ ଚିହ୍ନଟ ପରେ ଶିକ୍ଷାନୁଷ୍ଠାନର ୨୦୪ ଜଣଙ୍କ ନମୁନା ସଂଗ୍ରହ କରାଯାଇଥିଲା। ସେଥିମଧ୍ୟରୁ ୨୦୧ ଜଣଙ୍କ ରିପୋର୍ଟ ନେଗେଟିଭ ଆସିଥିବା ବିଏମ୍ସି କମିଶନର ସୂଚନା ଦେଇଛନ୍ତି। ବର୍ତ୍ତମାନ ସ୍ଥିତିରେ ଏଭଳି ବିଭିନ୍ନ ଶିକ୍ଷାନୁଷ୍ଠାନ ଗୁଡ଼ିକ ଉପରେ ସ୍ୱତନ୍ତ୍ର ନଜର ରଖାଯିବ ବୋଲି ସେ କହିଛନ୍ତି। ବିଭିନ୍ନ ଶିକ୍ଷାନୁଷ୍ଠାନରେ ଯାଂଚ କଡାକଡ଼ି ହେବ। ଏହାସହ ଜନଗହଳି ସ୍ଥାନମାନଙ୍କରେ ଚଢାଉ ମଧ୍ୟ ଜୋରଦାର କରାଯିବ ବୋଲି କହିଛନ୍ତି ବିଏମସି କମିଶନର।

Get real time updates directly on you device, subscribe now.

Leave A Reply

Your email address will not be published.