THE BYAPINI

କାଲିଠୁ ୪୫ ବର୍ଷରୁ ଅଧିକ ବ୍ୟକ୍ତିଙ୍କୁ ଟିକା

Get real time updates directly on you device, subscribe now.

କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଟିକାକରଣକୁ ଜୋରଦାର କରାଯାଉଛି । ଆସନ୍ତାକାଲିଠାରୁ ରାଜ୍ୟେୀ ୪୫ ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କ ଟିକାକରଣ କରାଯିବ। ଦୁଇଦିନ ଛୁଟି ଥିଲେ ବି କୋଭିଡ ସଂକ୍ରମଣ ବଢ଼ୁଥିବାରୁ ଟୀକାକରଣ ହେବ।

ବିଶେଷକରି ସଂକ୍ରମଣ ଅଧିକ ଥିବା ଜିଲ୍ଲା ଗୁଡିକୁ ପ୍ରାଧାନ୍ୟ ଦିଆଯିବ ।ବଲାଙ୍ଗୀର, ନୂଆପଡା, ସୁନ୍ଦରଗଡ, କଳାହାଣ୍ଡି, ଅନୁଗୁଳ, କେନ୍ଦୁଝର, ବରଗଡ଼, ନବରଙ୍ଗପୁର ,ମୟୁରଭଞ୍ଜରେ ସଂକ୍ରମଣ ବଢ଼ୁଥିବାରୁ ଏହି ଜିଲ୍ଲାକୁ ପ୍ରାଧାନ୍ୟ ଦିଆଯିବ । କଟକ ଓ ଖୋର୍ଦ୍ଧାରେ ସଂକ୍ରମଣ ବଢ଼ୁଥିଲେ ବି ଏହି ଜିଲ୍ଲାରେ ଟୀକାକରଣ ବି ଅଧିକ ରହିଛି ।

ମାଛ-ମାଂସ ବିକ୍ରେତା,ସେଲୁନ, ଷ୍ଟ୍ରୀଟ ଭେଣ୍ଡର, ଅଟୋ ଓ ବସ ଡ୍ରାଇଭର, ବିଦ୍ୟାଳୟ ଓ କଲେଜ ଶିକ୍ଷକ,ରେଷ୍ଟୁରାଣ୍ଟ କର୍ମଚାରୀଙ୍କ ଭଳି ସମ୍ବେଦନଶୀଳ ଵର୍ଗର ବ୍ୟକ୍ତିଙ୍କୁ ପ୍ରାଧାନ୍ୟ ଦିଆଯିବ। ଦୁଇ ସପ୍ତାହ ମଧ୍ୟରେ ଏହି ଵର୍ଗର ବ୍ୟକ୍ତିଙ୍କ ଟିକାକରଣ ସାରିବାକୁ ଲକ୍ଷ୍ୟ ରଖାଯାଇଛି ଜ୍ଝ ଏଥିପାଇଁ ଟିକାକରଣ କେନ୍ଦ୍ର ବଢାଇବା ସହ ଟିକାକରଣ କର୍ମୀଙ୍କୁ ପ୍ରସ୍ତୁତ ରହିବାକୁ କୁହାଯାଇଛି।କରୋନାକୁ ମାତ ଦେବା ପାଇଁ ଟିକାକରଣ କେମିତି ଜୋରଦାର ହୋଇପାରିବ ତା ଉପରେ ଗୁରୁତ୍ୱ ଦିଆଯାଉଛି ।

Get real time updates directly on you device, subscribe now.

Leave A Reply

Your email address will not be published.