୫୪ଟି ଚାଇନିଜ୍ ଆପ୍ ବ୍ୟାନ୍
ଭାରତରେ ଆଉ ୫୪ଟି ଚାଇନିଜ୍ ଆପ୍ ବ୍ୟାନ୍ ହେଲା । ଦେଶର ସୁରକ୍ଷା ପାଇଁ ବିପଦ ସୃଷ୍ଟି କରୁଥିବା ଆପ୍ ଉପରେ ଲାଗିଲା କଟକଣା । ଚାଇନିଜ୍ ଆପକୁ ବ୍ୟାନ କଲେ କେନ୍ଦ୍ର ସରକାର । ବ୍ୟାନ ହୋଇଥିବା ଆପଗୁଡିକ ହେଲା -ବାସ୍ ବୁଷ୍ଟର, ଭିଭା ଭିଡିଓ ଏଡିଟର୍ , ଡୁଆଲ୍ ସ୍ପେଶ୍ ଲାଇଟ୍, ବିୟୁଟି କ୍ୟାମେରା, ସ୍ୱିଟ୍ ସେଲଫି ଏଚଡି, ଆପ୍ ଲକକୁ ବ୍ୟାନ କରାଯାଇଛି । ୨୦୨୦ରେ ମଧ୍ୟ ୨୫୦ରୁ ଅଧିକ ଚାଇନିଜ୍ ଆପ ଉପରେ ରୋକ୍ ଲଗାଯାଇଥିଲା । ଯେଉଁଥିରେ ପବଜୀ ଭଳି ଆପ୍ସ ମଧ୍ୟ ସାମିଲ ଥିଲା । ୨୦୨୦ରେ ହୋଇଥିବା ପ୍ରଥମ ଡିଜିଟାଲ୍ ସର୍ଜିକାଲ ଷ୍ଟାଇକରେ ଟିକଟକ୍, ସେୟାରଇଟ୍, ୟୁଇଚାଟ୍, ହେଲୋ, ଲାଇକି, ୟୁସି ନ୍ୟୁଜ୍, ବିଗୋ ଲାଇଭ୍, ୟୁସି ବ୍ରାଉଜର୍, ଇଏସ୍ ଫାଇଲ୍ ଏକ୍ସପ୍ଲୋରର ଏବଂ ଏମଆଇ କମ୍ୟୁନିଟି ଭଳି ସାମିଲ୍ ରହିଥିଲା ।