THE BYAPINI

୧୧ରେ ଲଘୁଚାପ, ପ୍ରବଳ ବର୍ଷା ନେଇ ସତର୍କ ସୂଚନା

Get real time updates directly on you device, subscribe now.

ଓଡିଶା ଆସୁଛି ମୌସୁମୀ ବାୟୁ । ଆସନ୍ତା ୧୧ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗର ଏବଂ ତାର ଆଖପାଖ ଅଞ୍ଚଳରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଲଘୁଚାପ ସହ ଓଡିଶାରେ ସକ୍ରିୟ ହେବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଏହାର ପ୍ରଭାବରେ ୧୦ରୁ ୧୪ ତାରିଖ ଯାଏ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ୧୦ରୁ ୧୨ ତାରିଖ ମଧ୍ୟରେ କେନ୍ଦ୍ରୀୟ ବ‌ଙ୍ଗୋପସାଗର ତଥା ସଂଲଗ୍ନ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଝଡ଼ବର୍ଷା ସହ ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି।

ପ୍ରବଳ ବର୍ଷା ହେବା ନେଇ ୧୦ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ କରିଛି ପାଣିପାଗ ବିଭାଗ। ବାଲେଶ୍ୱର, ଭଦ୍ରକ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଅନୁଗୁଳ, ଢେଙ୍କାନାଳ, ପୁରୀ ଏବଂ ଖୋର୍ଦ୍ଧା ଜିଲ୍ଲାକୁ ସତର୍କତା କରାଯାଇଛି। ମୁଦ୍ର ଉପକୂଳ ଅଂଚଳରେ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବା ସମ୍ଭାବନା ରହିଛି। ଏହି ସମୟରେ ସମୁଦ୍ର ଅଶାନ୍ତ ରହିବା ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି।

୧୧ରୁ ୧୩ ତାରିଖ ଭିତରେ ପୁରୀ, ଖୋର୍ଦ୍ଧା, କଟକ, ଢେଙ୍କାନାଳରେ ସମୁଦାୟ ପ୍ରାୟ ୧୦୦ ମିଲିମିଟର ବର୍ଷା ହୋଇପାରେ । ଉତ୍ତର ଉପକୂଳ ଓ ଆଭ୍ୟନ୍ତରଣରେ ଆସନ୍ତା ୧୦ରୁ ୧୫ ତାରିଖ ଭିତରେ ୯୦ ମିମି, ୧୨ରୁ ୧୫ ତାରିଖ ଭିତରେ ଦକ୍ଷିଣ ଓଡ଼ିଶାରେ ୨୦୦ ମିମି ବର୍ଷା ହୋଇପାରେ । ଜଗତସିଂହପୁରଠାରୁ ସମ୍ବଲପୁର ସଂଯୋଗ କରୁଥିବାବେଳେ ସରଳରେଖାର ଦକ୍ଷିଣରେ ଥିବା ଜିଲ୍ଲାରେ ପ୍ରବଳରୁ ପ୍ରବଳତର ବର୍ଷା ଆଶଙ୍କା ଅଛି । ଆସନ୍ତା ୧୩ ଓ ୧୪ ତାରିଖରେ ବଲାଙ୍ଗିର, ସୋନପୁର, କଳାହାଣ୍ଡି, ବୌଦ୍ଧ, ଫୁଲବାଣୀ, ଗଞ୍ଜାମ, ଗଜପତି ଓ ଅବିଭକ୍ତ କୋରାପୁଟର ସ୍ଥାନେ ସ୍ଥାନେ ୨୦୦ ମିମିରୁ ଅଧିକ ବର୍ଷା ଢାଳିପାରେ । ଭୁବନେଶ୍ୱରରେ ୧୨ ଓ ୧୩ରେ ପ୍ରବଳ ବର୍ଷା ସମ୍ଭାବନା ଅଛି । ଜୁନ୍‌ ୧୩ ସୁଦ୍ଧା ସର୍ବାଧିକ ତାପମାତ୍ରା ବିଭିନ୍ନ ସ୍ଥାନରେ ବର୍ତ୍ତମାନ ତୁଳନାରେ ୧୦ରୁ ୧୨ ଡିଗ୍ରୀ କମିଯାଇଥିବ ।
ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ଜୁନ୍‌ ୧୦ରେ ଉତ୍ତର ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ, ଯାହାକି ୧୧ ତାରିଖ ବେଳକୁ ଓଡ଼ିଶା ସଂଲଗ୍ନ ବଙ୍ଗୋପସାଗରରେ ଲଘୁଚାପ, ୧୨ ତାରିଖରେ ଅବପାତ ଓ ୧୩ତାରିଖରେ ଗଭୀର ଅବପାତରେ ପରିଣତ ହୋଇପା‌ରେ। ଜୁନ୍‌ ୧୦ରେ ଉପକୂଳ ଓଡ଼ିଶାର କିଛି ଅଞ୍ଚଳରେ ସ୍ବଳ୍ପ ବର୍ଷା ହେବାକୁ ଥିବା ବେଳେ ମୟୂରଭଞ୍ଜ, ବାଲେଶ୍ବର, ବଲାଙ୍ଗୀର ଓ ଅବିଭକ୍ତ କୋରାପୁଟରେ ମଧ୍ୟମଧରଣର ବର୍ଷା ହେବ।

Get real time updates directly on you device, subscribe now.

Leave A Reply

Your email address will not be published.