THE BYAPINI

ରାଜ୍ୟର ପ୍ରଥମ କୋଭିଡ ହସ୍ପିଟାଲରେ ଅକ୍ସିଜେନ ପ୍ଲାଂଟ..ଜାଣନ୍ତୁ କେଉଁଠି?

Get real time updates directly on you device, subscribe now.

କରୋନା ସଂକ୍ରମଣ ଭିତରେ କେନ୍ଦୁଝର ବାସୀଙ୍କ ପାଇଁ ଭଲ ଖବର । କୋଭିଡ ହସ୍ପିଟାଲରେ ଅକ୍ସିଜେନ ପ୍ଲାଂଟ । ରାଜ୍ୟର ପ୍ରଥମ କୋଭିଡ଼ କେୟାର ସେଂଟର ଭାବେ ରାଙ୍କି କେନ୍ଦୁଝର କୋଭିଡ଼ କେୟାର ହସ୍ପିଟାଲରେ କାର୍ଯ୍ୟକ୍ଷମ ହେଲା ନିଜସ୍ୱ ଅକ୍ସି ଜେନେରେଟର ପ୍ଲାଂଟ । ଫଳରେ ହସ୍ପିଟାଲରେ ରୋଗୀଙ୍କୁ ଆବଶ୍ୟକ ଥିବା ଅକ୍ସିଜେନର ଅଭାବ ଏହା ପୂରଣ କରିବାରେ ବେଶ ସହାୟକ ହେବ ।

କେନ୍ଦୁଝରରେ କୋଭିଡ ହସ୍ପଟାଲରେ ସ୍ଥାପନ ହେଲା ନିଜସ୍ୱ ଅକ୍ସିଜେନ୍ ପ୍ଲାଂଟ । ରାଜ୍ୟରେ ସରକାରୀ ହସ୍ପିଟାଲରେ ପ୍ରଥମ ଥର ପାଇଁ ଏଭଳି ଅକ୍ସିଜେନ୍ ପ୍ଲାଂଟ ସ୍ଥାପନ କରାଯାଇଛି । ଏଠାରେ ଦିନକୁ ସାଢେ ୮ ଲକ୍ଷ ଲିଟର ଅମ୍ଳଜାନ ପ୍ରସ୍ତୁତ ହେବ । ରାଜ୍ୟରେ ସଂକ୍ରମଣ ବଢୁଥିବା ବେଳେ ଅନେକ କରୋନା ରୋଗୀଙ୍କର ହଠାତ ଅକ୍ସିଜେନ ସ୍ତର କମିଯାଉଥିବା ଦେଖିବାକୁ ମିଳିଛି । ତେଣୁ କିଭଳି ଅକ୍ସିଜେନ ସଂକଟ ଦେଖାଦେବନି ରୋଗୀଙ୍କୁ ଆବଶ୍ୟକ ଅନୁଯାୟୀ ଅକ୍ସିଜେନ ଦିଆଯାଉଥିବ ସେ ନେଇ ଏଇ ପ୍ଲାଂଟ ପ୍ରସ୍ତୁତ କରାଯାଇଛି । କରୋନା ମହାମାରୀ ସମୟରେ ସବୁଠୁ ଜରୁରୀ ଆବଶ୍ୟକତା ଭାବରେ ଅକ୍ସିଜେନ ଉଭା ହୋଇଥିବା ବେଳେ ବିିଭିନ୍ନ ରାଜ୍ୟରେ ରୋଗୀ ଅକ୍ସିଜେନ ଅଭାବରୁ ମୃତ୍ୟୁବରଣ କରୁଛନ୍ତି ।

ତେବେ ଦେଶର ବିଭିନ୍ନ ରାଜ୍ୟରେ ଡିଆରଡିଓ ପକ୍ଷରୁ ଅକ୍ସିଜେନ ପ୍ଲାଂଟ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା ବେଳେ ଓଡିଶାର ବୌଦ୍ଧ, କଟକ,ଗଜପତି,ଭଦ୍ରକ , ଝାରସୁଗୁଡା,ନୟାଗଡ଼ ଓ କୋରାପୁଟରେ ଗୋଟିଏ ଲେଖାଁଏ ମଡିକାଲ ଅକ୍ସିଜେନ ପ୍ଲାଂଟ ସ୍ଥାପନ କାର୍ଯ୍ୟ ଆରମ୍ଭ ହୋଇଛି

Get real time updates directly on you device, subscribe now.

Leave A Reply

Your email address will not be published.