THE BYAPINI

ପରଲୋକରେ ପଦ୍ମଶ୍ରୀ ପ୍ରକାଶ ରାଓ

Get real time updates directly on you device, subscribe now.

ପରଲୋକରେ ପଦ୍ମଶ୍ରୀ ଡି. ପ୍ରକାଶ ରାଓ । କଟକ ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ସେ ଆଖିବୁଜିଛନ୍ତି । ପ୍ରକାଶ ରାଓଙ୍କ ପରଲୋକରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି।

ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରି କହିଛନ୍ତି ଯେ, ଉତ୍ସର୍ଗୀକୃତ ସମାଜ ସେବା ବିଶେଷ କରି ଗରିବ ଓ ଅବହେଳିତମାନଙ୍କ ମଧ୍ୟରେ ଶିକ୍ଷାର ପ୍ରସାର ପାଇଁ ସବୁଦିନ ପାଇଁ ସ୍ମରଣୀୟ ରହିବେ‌ ପ୍ରକାଶ ରାଓ । ଶୋକସନ୍ତପ୍ତ ପରିବାରକୁ ଗଭୀର ସମବେଦନା ଜଣାଇବା ସହ ପରଲୋକଗତ ଆତ୍ମାର ସଦଗତି କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ରାଷ୍ଟ୍ରୀୟ ସମ୍ମାନ ସହ ଶେଷକୃତ୍ୟ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ସେହିପରି ପ୍ରଧାନମନ୍ତ୍ରୀ ଟ୍ବିଟ୍‌ରେ ଲେଖିଛନ୍ତି, ପ୍ରକାଶ ରାଓଙ୍କ କାର୍ୟ୍ୟ ସମସ୍ତଙ୍କ ପାଇଁ ଉଦାହରଣ। କଟକରେ ତାଙ୍କ ସହ ମିଶିବାର ସୁଯୋଗ ମିଳିଥିଲା। ପ୍ରକାଶଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ।

ଅସୁସ୍ଥତା କାରଣରୁ କିଛି ଦିନ ପୂର୍ବରୁ ତାଙ୍କୁ ଏସ୍‌ସିବିରେ ଭର୍ତ୍ତି କରାଯାଇଥିଲା। ବ୍ରେନ୍‌ ଷ୍ଟୋକ୍‌ ଯୋଗୁଁ ପଦ୍ମଶ୍ରୀ ରାଓଙ୍କର ବିୟୋଗ ହୋଇଥିବା ନେଇ ତାଙ୍କର ପରିବାର ଲୋକଙ୍କ ପକ୍ଷରୁ ସୂଚନା ଦିଆଯାଇଛି। କଟକ ସମେତ ଦେଶବିଦେଶରେ ଡ ପ୍ରକାଶ ରାଓ ବେଶ ପରିଚିତ ଥିଲେ। ତାଙ୍କ କାର୍ୟ୍ୟଶୈଳୀ ଏବଂ ଚା ବିକ୍ରି କରି ପିଲାମାନଙ୍କୁ ପାଠ ପଢ଼ାଇବା ଭଳି ବିଭିନ୍ନ ସମାଜ କଲ୍ୟାଣ କାମରେ ପ୍ରକାଶ ନିୟୋଜିତ ଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.