ଫିକା ଫିକା ରଜ
ଆଜି ପହିଲି ରଜ । ହେଲେ ଗତବର୍ଷ ପରି ଚଳିତ ବର୍ଷ ମଧ୍ୟ ଫିକା ପଡିଛି ରଜ ମଉଜ । ମହାମାରୀ କରୋନା ପାଇଁ ରାଜ୍ୟରେ ଲକଡାଉନ ,ସଟଡାଉନ ଜାରି ରହିଥିବା ବେଳେ ଫିକା ପଡିଛି ରଜ ପର୍ବ । ନାଁ ଅଛି ଦୋଳି ଝୁଲା, ନା ଶୁଣାଯାଉଛି ରଜ ଗୀତ । କେବେଳ ଘରେ ଘରେ କରୋନା କଟକଣାରେ ପାଳନ କରାଯାଉଛି ରଜ ପର୍ବ ।
କୋଭିଡ କଟକଣା ପାଇଁ ଫିକା ପଡଛି ଗଣପର୍ବ । କରୋନା ପାଇଁ ଘରେ ଘରେ ଚାଲିଛି ଉତ୍ସବ । ପରିବାର ଭିତରେ ରଜ ପିଠା, ରଜ ପାନ ତିଆ ରି କରି ଲୋକେ ପର୍ବ ପାଳନ କରୁଛନ୍ତି । ଗାଁ ଗଣ୍ଡାରେ ବି ସେତେ ଚଳଚଂଚଳ ନାହିଁ । କରୋନା କଟକଣା ପାଇଁ ସାମୁହିକ ରଜ ପର୍ବର ଆୟୋଜନ ହେଉନଥିଲେ ମଧ୍ୟ ଘରେ ରହି ରଜ ପାଳନ କରୁଛନ୍ତି ଲୋକେ । ଗତ ବର୍ଷ ତ ଅନଲକ ଆରମ୍ଭ ହୋଇଯାଇଥିଲା, କଟକଣା ଲାଗିଥିଲେ ବି ଦୋକାନ ଖୋଲିଥିଲା । ନୂଆ ଡ୍ରେସ କିଣି ପିନ୍ଧିବାର ସୁଯୋଗ ମିଳିଥିଲା । ହେଲେ, ଏବର୍ଷ ରଜରେ ସେ ସୁଯୋଗ ବି ମିଳିଲା ନାହିଁ । ଦୋକାନ ବଜାର ବନ୍ଦ ଥିବାରୁ ନୂଆ ଡ୍ରେସ ଖଣ୍ଡେ ବି ପିନ୍ଧିବାର ସୁଯୋଗ ମିଳିଲା ନାହିଁ ।