THE BYAPINI

ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ,୩୦ ମୃତ

Get real time updates directly on you device, subscribe now.

ପାକିସ୍ତାନର ପେଶାୱାରରେ ଘଟିଛି ଆତ୍ମଘାତୀ ବିସ୍ଫୋରଣ । ନମାଜ ପଢିବା ବେଳେ ବିସ୍ଫୋରଣ ହେବାରୁ ଘଟଣାସ୍ଥଳରେ ୩୦ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ଗୁରୁତର ଭାବେ ଆହତ ହୋଇଛନ୍ତି । ଆଗକୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ରହିଛି।
ସୂଚନା ଅନୁଯାୟୀ, କ୍ୱିସା ଖାୱାନି ବଜାରରେ ଥିବା ଜାମିଆ ମସଜିଦରେ ଏପରି ବିସ୍ଫୋରଣ ଘଟିଛି। ଶୁକ୍ରବାର ପାଇଁ ମସଜିଦରେ ଶତାଧିକ ଲୋକ ଏକାଠି ହୋଇଥିଲେ। ଏହି ସମୟରେ କେହି ବିସ୍ଫୋରଣ କରିଛି। ମସଜିଦର ମୁଖ୍ୟ ପ୍ରାର୍ଥନା ସ୍ଥଳରେ ବିସ୍ଫୋରଣ ଘଟିଥିବାରୁ ଏତେ ସଂଖ୍ୟକ ଲୋକଙ୍କ ଜୀବନ ଯାଇଥିବା ଉଦ୍ଧାରକାରୀ ଦଳ ପକ୍ଷରୁ କୁହାଯାଇଛି।
ସୁରକ୍ଷାକର୍ମୀମାନେ ପୂରା ଅଞ୍ଚଳକୁ ଘେରାଉ କରି ସର୍ଚ୍ଚ ଅପରେସନ କରୁଛନ୍ତି। ଆତ୍ମଘାତୀ କିମ୍ବା ପୂର୍ବରୁ ଖଞ୍ଜା ଯାଇଥିବା ବୋମା ଯୋଗୁ ବିସ୍ଫୋରଣ ଘଟିଥାଏ ପାରେ ବୋଲି ପ୍ରାଥମିକ ତଦନ୍ତରୁ ସନ୍ଦେହ କରାଯାଉଛି।

Get real time updates directly on you device, subscribe now.

Leave A Reply

Your email address will not be published.