THE BYAPINI

ବହୁ ଆଗରେ ବିଜେଡି, ପଛରେ ପଡିଯିବେ କି ବିରୋଧୀ?

Get real time updates directly on you device, subscribe now.

ରାଜ୍ୟରେ ଆଜିଠାରୁ ଜାରି ରହିଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଭୋଟ ଗଣତି । ବର୍ତ୍ତମାନ ସୁଦ୍ଧା ମିଳିଥିବା ଟ୍ରେଣ୍ଡ ଅନୁସାରେ ସମସ୍ତ ରାଜନୈତିକ ଦଳଠାରୁ ଆଗରେ ରହିଛି ବିଜୁ ଜନତା ଦଳ । ଆଜି ୩୧୫ ଜୋନରେ ଭୋଟ ଗଣତି ହେଉଛି ।
ପ୍ରାରମ୍ଭିକ ଟ୍ରେଣ୍ଡରେ ୩୧୫ ଜିଲ୍ଲା ପରିଷଦ ଆସନରୁ ୨୭୩ ଆସନରେ ବିଜେଡି ଆଗରେ ରହିଛି । ବହୁ ପଛରେ ବିରୋଧୀ କଂଗ୍ରେସ ଓ ବିଜେପି । ମାତ୍ର ୨୨ ଆସନରେ ବିଜେପି ଆଗୁଆ ଥିବା ବେଳେ ୧୫ ଆସନରେ କଂଗ୍ରେସ ଆଗରେ ରହିଛି । ଅନ୍ୟାନ୍ୟ ଦଳର ପ୍ରାର୍ଥୀ ଓ ସ୍ୱାଧୀନ ପ୍ରାର୍ଥୀ ୫ ଆସନରେ ଆଗରେ ରହିଛନ୍ତି ।
ମୟୂରଭଞ୍ଜରେ ବିଜେଡିର ଦମଦାର ପ୍ରଦର୍ଶନ । ଆଜି ଗଣତି ହେଉଥିବା ୨୬ ଜିଲ୍ଲା ପରିଷଦ ଜୋନ ମଧ୍ୟରୁ ୨୫ ଆସନରେ ବିଜେଡି ପ୍ରାର୍ଥୀ ଆଗୁଆ।ବିଜେପି ଓ କଂଗ୍ରେସକୁ ଲାଗିଛି ଶକ୍ତ ଝଟକା। ଗୋଟିଏ ଆସନରେ ଅନ୍ୟାନ୍ୟ ଦଳର ପ୍ରାର୍ଥୀ ଆଗରେ ରହିଛନ୍ତି । ୨୦୧୭ ନିର୍ବାଚନରେ ମୟୂରଭଞ୍ଜରେ ବିଜେଡିକୁ ଝଟକା ଦେଇଥିଲା ବିଜେପି । ଯାହାର ପ୍ରଭାବ ସାଧାରଣ ନିର୍ବାଚନରେ ଦେଖିବାକୁ ମିଳିଥିଲା ।
ବର୍ତ୍ତମାନ ସୁଦ୍ଧା ଟ୍ରେଣ୍ଡ ଅନୁସାରେ, ୧୦ ଆସନରେ ଏକାକୀ ବିଜେଡି ଆଗରେ ରହିଛି । ଭଦ୍ରକ, ଦେବଗଡ, ଜଗତସିଂହପୁର, ଯାଜପୁର, ଝାରସୁଗୁଡା, କେନ୍ଦ୍ରାପଡା, ମାଲକାନଗିରି, ନୟାଗଡ଼, ପୁରୀ, ସୋନପୁର । ସେପଟେ, ୧୫ଟି ଜିଲ୍ଲାରେ ଖାତା ଖୋଲିନି ବିଜେପି । ଭଦ୍ରକ, ,ଦେବଗଡ଼, ଗଜପତି, ଜଗତସିଂହପୁର, ଯାଜପୁର, ଝାରସୁଗୁଡା, କେନ୍ଦ୍ରାପଡା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୟାଗଡ଼,ନୂଆପଡା, ପୁରୀ, ରାୟଗଡା, ସୋନପୁର ।

Get real time updates directly on you device, subscribe now.

Leave A Reply

Your email address will not be published.