THE BYAPINI

ଦ୍ୱିତୀୟ ପର୍ଯ୍ୟାୟ ମତଦାନ: ଭୋଟ ଦେଉଛି ଓଡିଶା

Get real time updates directly on you device, subscribe now.

ପଞ୍ଚାୟତ ନିର୍ବାଚନ ର ଆଜି ଦ୍ୱିତୀୟ ପର୍ୟ୍ୟାୟ ମତଦାନ ଆରମ୍ଭ ହୋଇଛି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ଅପରାହ୍ନ ୧ଟା ଯାଏ ଯାଏ ମତାଦନ ଚାଲିବ। ଦ୍ୱିତୀୟ ପର୍ୟ୍ୟାୟରେ ୩୦ ଜିଲ୍ଲାର ୬୮ ବ୍ଲକର ୧୮୬ ଜିଲ୍ଲା ପରିଷଦ ଜୋନରେ ମତଦାନ ଚାଲିଛି। ଏଥିରେ ୧ ହଜାର ୫୧୪ ପଞ୍ଚାୟତ ରହିଛି। ଜିଲ୍ଲା ପରିଷଦ ସଭ୍ୟଙ୍କ ସହିତ ସରପଞ୍ଚ, ସମିତି ସଭ୍ୟ ଓ ଓ୍ୱାର୍ଡ ମେମ୍ବର ବାଛିବାକୁ ୬୨ ଲକ୍ଷରୁ ଅଧିକ ଭୋଟର ଭୋଟ୍‌ ଦେଉଛନ୍ତି। ଏଥିପାଇଁ ୨୦ ହଜାର ୪୩୬ ବୁଥ୍‌ କରାଯାଇଛି।
କେତେକ ସ୍ଥାନରେ ସକାଳୁ ମକ୍ ଭୋଟିଂ ମଧ୍ୟ କରାଯାଇଛି। ଏକା ଥରେ ୪ଟି ପଦବୀ ପାଇଁ ମତଦାନ ହେଉଥିବାରୁ ବେଶ୍ ସତର୍କତା ଅବଲମ୍ବନ କରାଯାଇଛି। ପ୍ରଥମେ ସରପଞ୍ଚ, ତା’ପରେ ଓ୍ୱାର୍ଡ ମେମ୍ବର, ଏହାପରେ ପଞ୍ଚାୟତ ସମିତି ସଭ୍ୟ ଓ ଶେଷରେ ଜିଲ୍ଲା ପରିଷଦ ସଦସ୍ୟଙ୍କ ଲାଗି ଉଦ୍ଦିଷ୍ଟ ବାଲାଟ୍ ପେପର୍‌ରେ ଭୋଟ୍ ଦେବେ ଲୋକେ। ସରପଞ୍ଚ ପଦବୀ ପାଇଁ ଗୋଲାପୀ, ଓ୍ୱାର୍ଡ ମେମ୍ବର ପାଇଁ ହଳଦିଆ, ସମିତି ସଭ୍ୟ ପାଇଁ ନୀଳ ଓ ଜିଲ୍ଲା ପରିଷଦ ପାଇଁ ଧଳା ରଙ୍ଗର ବାଲାଟ ପେପର୍ କରାଯାଇଛି।

Get real time updates directly on you device, subscribe now.

Leave A Reply

Your email address will not be published.