ବିରୋଧୀଙ୍କୁ ପଛରେ ପକାଇ ଟ୍ରେଣ୍ଡରେ ଆଗରେ ବିଜେଡି
ତୃତୀୟ ଦିନର ଗଣତି ଜାରି । ତୃତୀୟ ଦିନରେ ୨୩୧ଟି ଜିଲ୍ଲା ପରିଷଦ ଆସନ ପାଇଁ ଚାଲିଛି ଭୋଟ୍ ଗଣତି । ତେବେ ଅପରାହ୍ନ ୪ଟା ସୁଦ୍ଧା ଆସିଥିବା ଟ୍ରେଣ୍ଡ୍ ମୁତାବକ ବିଜେଡି ୨୧୦ଟି ଜୋନରେ ଆଗୁଆ ରହିଛି, ବିଜେପି ୧୫ ଏବଂ କଂଗ୍ରେସ ୬ଟି ଜୋନରେ ଆଗୁଆ ରହିଛି ।
ରାଜ୍ୟ ନିର୍ବାଚନ କମିଶନଙ୍କ ତରଫରୁ ଏବେସୁଦ୍ଧା ହୋଇଥିବା ଗଣତିର ଫଳାଫଳ ପ୍ରକାଶ କରାଯାଇଛି । ଏଯାବତ୍ ସଦ୍ୟତମ ତଥ୍ୟ ମୁତାବକ ୮୫୧ ଜୋନରୁ ବିଜେଡି ୫୫୩ ଜୋନରେ ବିଜୟୀ, ୩୧ଟି ଜୋନରେ ବିଜେପି ବିଜୟୀ ହୋଇଥିବାବେଳେ କଂଗ୍ରେସ ୩୦ଟି ଓ ୬ଟି ଜୋନରେ ଅନ୍ୟାନ୍ୟ ପ୍ରାର୍ଥୀ ବିଜୟୀ ହୋଇଛନ୍ତି