THE BYAPINI

ସ୍କୁଲ ବୁଲିଲେ ପାଣ୍ଡିଆନ୍‌

Get real time updates directly on you device, subscribe now.

କରୋନା କଟକଣା ପାଇଁ ସ୍କୁଲ ବନ୍ଦ ଥିବା ବେଳେ କେବେଳ ଦଶମ ଶ୍ରେଶୀ ପିଲାଙ୍କ ପାଇଁ ସ୍କୁଲ ଖୋଲି ପାଠପଢାଯାଉଛି । ଏତିକିବେଳେ ବିଭିନ୍ନ ସ୍କୁଲ ପରଦର୍ଶନ କରି ଅନୁଧ୍ୟାନ କରିଛନ୍ତି ଫାଇଭ ଟି ସଚିବ ଭି.କେ ପାଣ୍ଡିଆନ । ରବିବାର ସକାଳୁ ସକାଳୁ ରାଜଧାନୀର ବିଭିନ୍ନ ସ୍କୁଲରେ ପହଚିଂଯାଇଥିଲେ ପାଣ୍ଡ୍ରିଆନ ।

ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ୍ ସକାଳୁ ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ କେତେକ ହାଇସ୍କୁଲ୍ ପରିଦର୍ଶନ କରିଛନ୍ତି। ଭୁବନେଶ୍ୱରର ୟୁନିଟ୍-୬, ୟୁନିଟ୍-୧, କ୍ୟାପିଟାଲ୍ ହାଇସ୍କୁଲ, ୟୁନିଟ୍-୯ ବାଳିକା ହାଇସ୍କୁଲ୍ ଓ ଆଇଆରସି ଭିଲେଜ ପରିଦର୍ଶନ କରିଛନ୍ତି । ଗସ୍ତ ସମୟରେ ୫-ଟି ସଚିବଙ୍କ ସହ ବିଏମ୍ସି କମିଶନର ମଧ୍ୟ ଉପସ୍ଥିତ ରହିଥିଲେ । ଶିକ୍ଷକ ଶିକ୍ଷୟତ୍ରୀଙ୍କ ସହ ଶିକ୍ଷା ବ୍ୟବସ୍ଥାକୁ ନେଇ ପାଣ୍ଡିଆନ୍ ଆଲୋଚନା କରିଛନ୍ତି । ହାଇସ୍କୁଲରେ ଥିବା ସାଇନ୍ସ ଲାବ, ସ୍ମାର୍ଟ କ୍ଲାସରୁମ୍, ରାଇବ୍ରେରୀ ରିଡିଂ ରୁମ୍, ଖେଳ ସୁବିଧା ନେଇ ଶିକ୍ଷକଙ୍କ ସହ ଆଲୋଚନା କରିଛନ୍ତି ।

ଏହା ସହ ଛାତ୍ରଛାତ୍ରୀ ଦଶମ ଶ୍ରେଣୀରେ କିପରି ଭଲ ରେଜଲ୍ଟ କରିବେ ସେନେଇ ମଧ୍ୟ ଆଲୋଚନା କରିଛନ୍ତି । ହାଇସ୍କୁଲ୍ ଗୁଡ଼ିକରେ ଏବେ ଥିବା ଭିତ୍ତିଭୂମି ଏବଂ କଣ କରାଗଲେ ଏଥିରେ ସୁଧାର ଆସିପାରିବ ସେନେଇ ସ୍କୁଲ୍ କର୍ତ୍ତୃପକ୍ଷଙ୍କ ସହ କଥା ହୋଇଛନ୍ତି ୫-ଟି ସଚିବ ପାଣ୍ଡିଆନ୍ । ଏଥିସହ ସ୍କୁଲରେ ମୋ ସ୍କୁଲ କାର‌୍ୟ୍ୟକ୍ରମ କିଭଳି ଚାଲିଛି ଏବଂ ଏହାର ପ୍ରଭାବ କିଭଳି ସେ ନେଇ ଆଲୋଚନା କରିଛନ୍ତି ୫ଞ ସଚିବ ପାଣ୍ଡିଆନ୍ । ରାଜ୍ୟ ସରକାରଙ୍କ ମୋ ସ୍କୁଲ୍ କାର‌୍ୟ୍ୟକ୍ରମ କେତେ ସକ୍ରିୟ ରହିଛି ଏବଂ ମୋ ସ୍କୁଲ୍ ମାଧ୍ୟମରେ କ’ଣ କରାଯାଉଛି ସେ କଥା ମଧ୍ୟ ସେ ପଚାରିଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.