THE BYAPINI

ପାରାଦୀପ-ବଡ଼ବିଲ : ଆଠ ଲେନ୍‌ ରାସ୍ତା

Get real time updates directly on you device, subscribe now.

ପାରାଦୀପ ଠାରୁ ବଡ଼ବିଲ ମଧ୍ୟରେ ନିର୍ମାଣ ହେବ ଅର୍ଥନୈତିକ କରିଡର। ଓଡିଶାରେ ରାଜପଥ ପ୍ରକଳ୍ପର ଅଗ୍ରଗତି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କ ମଧ୍ୟରେ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା ହୋଇଛି । ଏହି ଅବସରରେ ରାଜ୍ୟର ବିଭିନ୍ନ ରାଜପଥ ପ୍ରକଳ୍ପ ନେଇ ଆଲୋଚନା ହୋଇଛି । ପାରାଦୀପରୁ ବଡ଼ବିଲ ପର୍ୟ୍ୟନ୍ତ ରାସ୍ତା ହେବ ୮ ଲେନ୍‌ ବିଶିଷ୍ଟ। ୩୦୦ କିମି ରାସ୍ତା ୮ ଲେନ କରିବାକୁ ନୀତିନ ଗଡ଼କରୀଙ୍କ ନିର୍ଦ୍ଦେଶ ଦେଇଛନ୍ତି।

ପାରାଦୀପ ଠାରୁ ବଡବିଲ୍ ମଧ୍ୟରେ ୮ ଲେନ୍ ବିଶିଷ୍ଟ ଏହି ରାସ୍ତା ପ୍ରାୟ ୩୦୦ କିମି ବିଶିଷ୍ଟ ରହିବ । ଏଥିପାଇଁ ବଜେଟ୍ ରହିଛି ୯ ହଜାର କୋଟି ଟଙ୍କା । କେନ୍ଦୁଝର ଖଣି ଅଞ୍ଚଳରୁ ୩ ଶହ କିମି ଲମ୍ବ ଏହି ରାସ୍ତାର ଦ୍ବାରା ପାରାଦୀପ ବନ୍ଦରକୁ ଖଣିଜ ସାମଗ୍ରୀ ପରିବହନ ସୁଗମ ହେବ। ଏହି ରାସ୍ତା ପାରାଦୀପରୁ ଆରମ୍ଭ ହୋଇ ଚଣ୍ଡିଖୋଲ-ଡୁବୁରୀ-କେନ୍ଦୁଝର-ରିମୁଳି-ବଡରସାହୀ ଦେଇ ବଡବିଲରେ ଶେଷ ହେବ । ଏହି ପ୍ରସ୍ତାବିତ ପ୍ରକଳ୍ପ ରାସ୍ତା ଅର୍ଥନୈତିକ କରିଡର ଚଣ୍ଡିଖୋଲ ସମେତ ଦେଶର ସବୁଠୁ ବଡ କଳିଙ୍ଗନଗର ଇସ୍ପାତ କ୍ଲଷ୍ଟରର ବିକାଶ ପାଇଁ ବାଟ ଦେଖାଇବ ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି-“ଭାରତମାଳା ଯୋଜନାରେ ଦୀଘା-ଗୋପାଳପୁର ଉପକୂଳ ରାଜପଥ ପ୍ରକଳ୍ପର ବିକାଶର କାମକୁ ତ୍ୱରାନ୍ୱିତ କରିବା ଦିଗରେ ଆଲୋଚନା ହୋଇଛି। ୯ ହଜାର କୋଟି ଟଙ୍କା ଖର୍ଚ୍ଚରେ ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳର ଲାଇଫଲାଇନ‌୍‍ ହେବାକୁ ଯାଉଥିବା ଏହି କୋଷ୍ଟାଲ ହାଇୱେର ଅଗ୍ରଗତି ନେଇ ଆଲୋଚନା ହୋଇଥିବା ବେଳେ ଗୋପାଳପୁର-ସାତପଡ଼ା ପ୍ରକଳ୍ପର କାମ ପାଇଁ ଆନୁଷଙ୍ଗିକ ବ୍ୟବସ୍ଥା କରିବାକୁ ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇଛନ୍ତି। ଏହା ସହିତ ଭୁବନେଶ୍ୱର ରିଙ୍ଗ ରୋଡ୍ ପ୍ରକଳ୍ପ ନେଇ ମଧ୍ୟ ଆଲୋଚନା ହୋଇଛି । ଏହି ଭର୍ଚୁଆଲ୍ ବୈଠକରେ ରାଜ୍ୟରେ ଚାଲିଥିବା ରାଜପଥ ପ୍ରକଳ୍ପ ଗୁଡିକର ସମୀକ୍ଷା କରାଯିବା ସହିତ ପ୍ରସ୍ତାବିତ ପ୍ରକଳ୍ପ ନେଇ ବିଶେଷ ଭାବେ ଆଲୋଚନା ହୋଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.