THE BYAPINI

‘ମୋ ପୁଅକୁ ବୋହୂ ମାରିଦେଲା’

Get real time updates directly on you device, subscribe now.

ପାରଳାଖେମୁଣ୍ଡି ବନଖଣ୍ଡ କାର୍ଯ୍ୟାଳୟର ସହକାରୀ ବନ ସଂରକ୍ଷକଙ୍କ ମୃତ୍ୟୁ ରହସ୍ୟ ବଢିବାରେ ଲାଗିଛି । ସୌମରଂଜନ ମହାପାତ୍ର ନିଜ ସରକାରୀ ବାସଭବନରେ ଅଦରକାରୀ କାଗଜପତ୍ର ,ଫାଇଲ ଏକାଠି କରି ନିଆଁ ଲଗାଉଥିବା ବେଳେ ଅଗ୍ନିକାଣ୍ଡରେ ଜଳିଯାଇ ମୃତ୍ୟୁ ହୋଇଥିବା କୁହାଯାଉଥିବା ବେଳେ ପରିବାର ଲୋକ କିନ୍ତୁ ଆଣିଛନ୍ତି ହତ୍ୟା ଅଭିଯୋଗ ।
ସୌମ୍ୟରଂଜନ ବାପା ୩ ଜଣଙ୍କ ନାଁରେ ମାମଲା ରୁଜୁ କରିଛନ୍ତି । ସୌମ୍ୟରଂଜନଙ୍କ ସ୍ତ୍ରୀ, ଡିଏଫଓ ଓ ରୋଷେୟା ନାଁରେ ଅଭିଯୋଗ କରିଛନ୍ତି । ସୌମ୍ୟରଂଜନଙ୍କ ବାପା ଅଭିରାମ ମହାପାତ୍ର ତାଙ୍କ ପୁଅଙ୍କୁ ମାରିଦିଆଯାଇଥିବା ପାରଳାଖେମୁଣ୍ଡି ଥାନାରେ ମାମଲା ରୁୁଜୁ କରିଛନ୍ତି ।ସେପଟେ ସୌମ୍ୟରଂଜନଙ୍କ ପତ୍ନୀ କାଲି ଏନେଇ ମୁହଁ ଖୋଲିଥିଲେ । ସେ ତାଙ୍କ ବାପଘର ମୟୁରଭଂଜ କପ୍ତିପଦା ବ୍ଲକ ଗୌଡଗାଁକୁ ପଳାଇଛନ୍ତି । ସ୍ୱାମୀଙ୍କ ମୃତ୍ୟୁ ପରେ ସେ ମାନିସିକ ଭାରସାମ୍ୟ ହରାଇଥିବା ବେଳେ ତାଙ୍କ ନାଁରେ ମିଛ ଅପବାଦ କରାଯାଉଥିବା ସେ କହିଛନ୍ତି ।

୨୦୨୦ ମେ ୨୦ରେ ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ ଭାବେ ନିଯୁକ୍ତି ପାଇଥିଲେ । ଏହା ପରେ ଡିସେମ୍ବର ୧ରେ ତାଙ୍କର ବିଦ୍ୟାଭାରତୀ ପଣ୍ଡାଙ୍କ ସହ ବିବାହ ହୋଇଥିଲା । ଗତ ୧୨ ତାରିଖରେ ସୌମ୍ୟରଂଜନ ନିଆଁରେ ପୋଡିହୋଇ ଗୁରୁତର ହେବା ପରେ ତାଙ୍କୁ କଟକ ବଡ ଡାକ୍ତରଖାନା ପରେ ଅଶ୍ୱିନୀ ହସ୍ପିିଟାଲରେ ଭର୍ତି କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ସୌମ୍ୟରଂଜନଙ୍କବାପା, ଓ ବଡ଼ଭାଇ ଏହା ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି ।

ସେପଟେ ଆମ ସ୍ୱାମୀ,ସ୍ତ୍ରୀଙ୍କ ଭିତରେ ସଂପର୍କ ବହୁତ ନିବିଡ ଥିଲା । ମୋ ଶାଶୁଘର ଲୋକ ମିଛ ଆରୋପ ଲଗାଉଛନ୍ତି ବୋଲି ସୌମ୍ୟରଂଜନଙ୍କ ସ୍ତ୍ରୀ କହିଛନ୍ତି । ପରିବାର ଲୋକଙ୍କ ଅଭିଯୋଗ, ସ୍ତ୍ରୀ ଓ ଡିଏଫଓଙ୍କ ଖଣ୍ଡନ ଘଟଣାକୁ ଅଧିକ ରହସ୍ୟାବୃତ କରୁଛି ।

Get real time updates directly on you device, subscribe now.

Leave A Reply

Your email address will not be published.