‘ପରୀ’ ହତ୍ୟାର ଛାତିଥରା ଡେମୋ
ପରୀ ହତ୍ୟା ମାମଲାରେ ନୟାଗଡ଼ ଯଦୁପୁରରେ କ୍ରାଇମ ସିନ୍ର ରିକ୍ରିଏସନ୍ । କିଭଳି ପରୀକୁ ଘର ଭିତରକୁ ନେଇ ହତ୍ୟା କରିଥିଲା, କେଉଁ ପରିସ୍ଥିତିରେ ଏହି ଜଘନ୍ୟ କାଣ୍ଡ ଭିଆଇଥିଲା ତାର ଡେମୋ ଦେଖାଇଛି ଅଭିଯୁକ୍ତ ସରୋଜ ସେଠୀ । ଯାହାକୁ ଶୁଣିଲେ ଛାତିଥରି ଉଠିବ ।
ଅଭିଯୁକ୍ତ ସରୋଜ ସେଠୀ ୩ ଦିନିଆ ରିମାଣ୍ଡରେ ଥିବା ବେଳେ ଅଭିଯୁକ୍ତ ସରୋଜ ସେଠୀକୁ ଯଦୁପୁରକୁ ନେଇଥିଲା ଏସଆଇଟି ଟିମ । ସରୋଜ ପରୀକୁ ଦୁଷ୍କର୍ମ ଉଦ୍ୟମ କରିଥିବା ଘରେ ଡେମୋ ଦେଖାଇଛି । ଜୁଲାଇ ୧୩ରେ କେମିତି ରଚାଯାଇଥିଲା ଏହି ଜଘନ୍ୟ କାଣ୍ଡ ଆଉ ପ୍ରଥମେ ଘର ଭିତରେ ତା’ ସହ କ’ଣ କଲା । କିଭଳି ପରୀ ସହ ଦୁଷ୍କର୍ମ ଉଦ୍ୟମ ଓ ତଣ୍ଟି ଚିପି ହତ୍ୟା କକରିଥିଲା ସେନେଇ ଡେମୋ ଦେଖାଇଛି ସରୋଜ । କିପରି ମୃତଦେହକୁ ଅଖା ଭିତରେ ପୂରାଇ ପୋଖରୀ ହୁଡାରେ ଫୋପାଡି ଦେଇଥିଲା । ସେ ସମ୍ପର୍କରେ ସମ୍ପୂର୍ଣ୍ଣ ଘଟଣା ବଖାରିଛି ପରୀ ହତ୍ୟା ଓ ଦୁଷ୍କର୍ମ ମାମଲାର ଅଭିଯୁକ୍ତ ସରୋଜ ସେଠୀ ।
ସରୋଜ ସେଠୀ ମର୍ଡର ସିନ୍ ଡେମୋ ଦେଖାଇବା ପରେ ଏସଆଇଟି ଏହି ଦିଗରେ ବଡ ସଫଳତା ପାଇଛି ବୋଲି କୁହାଯାଇପାରିବ । ସମୟ ବଢିବା ସହିତ ତଦନ୍ତକାରୀ ଟିମ୍ ଏସଆଇଟି ହାତରେ ପରୀ ହତ୍ୟାକୁ ନେଇ ଗୋଟିଏ ପରେ ଗୋଟିଏ ତଥ୍ୟ ଲାଗୁଛି । ପୂର୍ବରୁ ପରୀର ହତ୍ୟା ପରେ ତା ଲେଗିଙ୍ଗସକୁ ସେ ଗାଁ ପୋଖରୀକୁ ଫିଙ୍ଗିଥିଲା ।
ପରୀକୁ ତଂଟିଚିପି ହତ୍ୟା ସମୟର ପରୀ ନାକରୁ ରକ୍ତ ବାହାରିଥିଲା । ଆଉ ରକ୍ତକୁ ଏକ ଗାମୁଛାରେ ପୋଛିଥିଲା । ଗାମୁଛାରେ ରକ୍ତ ନଥିଲେ ମଧ୍ୟ ଦାଗ ରହିଥିଲା। କେମିକାଲ ପରୀକ୍ଷାରେ ଜଣାପଡ଼ିଥିଲା ଯେ ଏହା ହେଉଛି ରକ୍ତ ଦାଗ। ତେବେ ଏହି ରକ୍ତ ପରୀର କି ନାହିଁ ତାହା ଜାଣିବା ଲାଗି ଅଧିକ କେମିକାଲ ପରୀକ୍ଷା ପାଇଁ ପଠାଯାଇଥିବା ଏସ୍ଆଇଟିର ଜଣେ ଅଧିକାରୀ କହିଛନ୍ତି।
ନୟାଗଡ଼ ପରୀ ହତ୍ୟା ମାମଲାରେ ଚାର୍ଜସିଟ୍ ଦାଖଲ କରିବା ଲାଗି ହାଇକୋର୍ଟ ଏସଆଇଟିକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜାନୁଆରୀ ୧୨ରେ ହେବ ବୋଲି ଜଣାପଡିଛି ।